ନବବିବାହିତ ଯୁବକଙ୍କ ଆତ୍ମହତ୍ୟା !

11

ବାଲେଶ୍ୱର ଜିଲ୍ଲା 31/10/26: ଖଇରା ବ୍ଲକ ଡାଳଙ୍ଗ ପଂଚାୟତ ଡାଲଙ୍ଗ ଗ୍ରାମର ଦୟାନିଧି ସାହୁଙ୍କ ପୁତ୍ର ଯଶୋବନ୍ତ ସାହୁ ବୟସ -26 ଗତକାଲି ରାତ୍ରୀ ସମୟରେ ନିକଟସ୍ଥ ନିଜ ଗ୍ରୋସେରୀ ଦୁକାନରେ ବିକ୍ରି କରୁ ଥିବାର ପରିବାର ଲୋକେ ଦେଖିଥିଲେ !କିନ୍ତୁ ସକାଳ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ନିଜ ଗ୍ରୋସରୀ ଦୁକାନ ପାଖକୁ ଯାଇ ଖୋଜା ଖୋଜି କରି ଫୋନ କରିଥିଲେ!ଫୋନ ଦୁକାନ ପଛପଟେ ଶବ୍ଦ ହେବାରୁ ଦେଖିଲେ ଯଶୋବନ୍ତ ଖୋଲାଆଜବେଷ୍ଟ ପକାଯାଇ ଥିବା ବାଉଁଶ ରେ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଛି ! !ପରିବାର ଲୋକେ କୁହନ୍ତି -ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଘରୋଇ କଳି ଯୋଗୁଁ ଆତ୍ମହତ୍ୟା କରିଛି !ଯଶୋବନ୍ତ 6/7ମାସ ହେବ ବିବାହ କରିଥିଲେ !ନବାବିବାହିତ ଯୁବକର ମୃତ୍ୟୁରେପରିବାର ତଥା ଅଂଚଳରେ ଶୋକର ଛାୟା ଖେଳି ଯାଇଛି !ଖଇରା ଥାନା ଅଧିକାରୀ ପ୍ରଶାନ୍ତ ଜେନା ଖବରପାଇ ଏ ଏସ ଆଇ ଚନ୍ଦନ କୁମାର ମହାନ୍ତି ଙ୍କୁ ନିର୍ଦେଶ ଦେଇଥିଲେ ତେଣୁ ଘଟଣା ସ୍ଥଳରେ ଖଇରା ପୋଲିସ ପହଂଚି ସବ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛନ୍ତି !

Leave A Reply

Your email address will not be published.