ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତରେ ତୃତୀୟ ପ୍ରର୍ଯ୍ୟାୟ ପିଠା କାର୍ଯକ୍ରମ

0

ତିର୍ତ୍ତୋଲ(ରମେଶ ମହାନ୍ତି) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତରେ ତୃତୀୟ ପ୍ରର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ସରପଞ୍ଚ ନମିତା ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଜିପିଓ ସଞ୍ଜୟ କୁମାର ଦାସ, ତିର୍ତ୍ତୋଲ ପଶୁ ଚିକିତ୍ସା ଅଧିକାରୀ ଦେବଦତ୍ତ ପାଢ଼ୀ, ଯୁବ ସମାଜସେବୀ ନୃସିଂହ ଚରଣ ରାଉଳ, କାର୍ଯ୍ୟନିର୍ବାହୀ ଅଧିକାରୀ ସାନ୍ତନୁ କୁମାର ସାହୁ, ରବିନାରାୟଣ ଆଚାର୍ଯ୍ୟ, ଅଲେଖ ଚନ୍ଦ୍ର ନାୟକ, ଶାରଳା ସଂସ୍କୃତି ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇଥିଲେ  | ପଶୁଚିକିତ୍ସାଅଧିକାରୀ ଶ୍ରୀ ପାଢ଼ୀ ପଞ୍ଚାୟତରେ ଗୋପାଳନ ଓ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଜିପିଓ ଶ୍ରୀଯୁକ୍ତ ଦାସ ଯୋଗଦେଇ ଆମ ଗାଁ ଆମ ବିକାଶ ମାଧୟମରେ ପିଠା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦୁ୍ୟତ ବିଭାଗ ଦେବେନ୍ଦ୍ର  କୁମାର ପଣ୍ଡା ଓ ସହକର୍ମୀମାନଙ୍କ ମାଧ୍ୟରେ ରେସନକାଡର଼୍ ଧାରି ହିତାଧିକାରିମାନଙ୍କୁ ଏଲଇଡ଼ି ବ୍ଲବ ବଣ୍ଟନ କରାଯାଇଥିଲା ।  ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ପିଠା ପଦର୍ଶନ କରିଥିଲେ । ଏଥିରେ ବିଜୁ ଯୁବବାହିନୀ ସମସ୍ତ ସଦସ୍ୟ, ଜିଆରଏସଙ୍କ ସମେତ ୱାର୍ଡ /ସଭ୍ୟା,ବରିଷ୍ଠ ମୁରବି ପ୍ରମୁଖ ଯୋଗଦେଇଥିବାବେଳେ ପଞ୍ଚାୟତ ବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.