ସାନଖେମୁଣ୍ଡି -31/10/26-: ବାତ୍ୟା ଅର୍ଣ୍ଣବ ତାଣ୍ଡବ ରଚନାରେ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏହାସହ ଜନସାଧାରଣ ଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରି ଦୁଃଖଦ ସମୟରେ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ବାତ୍ୟା ଠାରୁ ବନ୍ୟା ଯାଏଁ ଜଳବନ୍ଦୀ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ବନ୍ୟା ଜଳ ଘେରରେ ଫସିଥିବା ପ୍ରସୂତି ମହିଳାଙ୍କୁ ଜରୁରୀକାଳୀନ ପରିସ୍ଥିତି ରେ ତହସିଲଦାର ସାର୍ ମହୋଦୟ NDRF ଟିମ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚାଇବାର ପାରଦର୍ଶିତା ଖୁବ୍ ଆକର୍ଷଣୀୟ। ବିଭିନ୍ନ ଗ୍ରାମରେ ବନ୍ୟା ପୀଡ଼ିତ ଲୋକମାନଙ୍କ ସୁବିଧା ନିମନ୍ତେ ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ବି କରିଥିଲେ। ଏହା ସହ ଖାଦ୍ୟର ମାନ ନିରୂପଣ ସକାଶେ ସେ ନିଜେ ଏହାକୁ ଖାଇଥିଲେ। ତହସିଲଦାର ସାର୍ ଙ୍କ ଏପରି ଅକ୍ଲାନ୍ତ,ନିରବଚ୍ଛିନ୍ନ ସେବା ମନୋଭାବ ପ୍ରଦର୍ଶନ କରି ସାନଖେମୁଣ୍ଡି ବାସୀ ଙ୍କ ପ୍ରକୃତ ସେବକ ଭାବେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି।
ଦୁଃଖର ଦରଦୀ ବନ୍ଧୁ ତଥା ତହସିଲଦାର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ ଙ୍କୁ ସାନଖେମୁଣ୍ଡି ଜନତା ସାଧୁବାଦ ଜଣାଇଛନ୍ତି।