ତାଲପାଲି ଗ୍ରାମ ପଞ୍ଚାୟତରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

0

ଗାଇସିଲେଟ /କେଦାର ନାଥ ସାହୁ :ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତଠାରେ ସରପଞ୍ଚ ଶ୍ରୀ ସୁଶାନ୍ତ ସାହୁଙ୍କ ସଭାପତିତ୍ୱରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ସହୀଦ ଜବାନ ମାନଙ୍କ ସମ୍ମାନାର୍ଥେ ଶୋକସଭା କରାଯିବାପରେ ଆରମ୍ଭ ହୋଇଥିଲା ସଭା କାର୍ଯ୍ୟ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ନୋଡାଲ ଅଫିସର ଶ୍ରୀ ସନ୍ତୋଷ ତାଣ୍ଡିଆ, ଅତିଥି ଭାବରେ ତାଲପାଲି ଗୌନ୍ତିଆ ମୋତିଲାଲ ସାହୁ, ସ୍ୱୟଂସହାୟକ ମହିଲା ସଂଘର ସୁପରଭାଇଜର ଦୀପ୍ତି ମଞ୍ଜରୀ ଦୀପ,ତାଲପାଲି ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରୁପ ରଣବୀରା ସମେତ ଡାକ୍ତରଖାନା ଓ ବିଦ୍ୟୁତ ବିଭାଗର ସଦସ୍ୟ ଏବଂ  ୱାର୍ଡ ମେମ୍ବର ମାନେ  ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୪୮ଟି ସ୍ୱୟଂସହାୟକ ଗୋଷ୍ଠୀ ମୋଟ ୨୦୦ ପ୍ରକାରର ପିଠା ଓ ଲଡୁ ପ୍ରଦର୍ଶନ କରିଥିଲେ। ବିପିଏଲ  ହିତାଧିକାରୀଙ୍କୁ ଏଲ.ଇ.ଡି ବଲ ଏବଂ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଥିଲା।ସରପଞ୍ଚ ସୁଶାନ୍ତ ସାହୁ ଓଡିଶା ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନା ସମ୍ବନ୍ଧରେ ବିସ୍ତୁତ ଭାବରେ ବର୍ଣ୍ଣନା କରିଥିଲେ।ସଭାକାର୍ଯ୍ୟ ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ମୋଟ ପଚାଶ ଜଣ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ | ପରିଶେଷରେ କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା |

 

 

Leave A Reply

Your email address will not be published.