ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

0

ଗାଇସିଲାଟ/କେଦାର ନାଥ ସାହୁ 

:ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି ।ଗାଇସିଲାଟ ଖେଳ ପଡ଼ିଆଠାରେ ଚାଲିଥିବା ଦ୍ବି ଦିବସିୟ ବାର୍ଷିକ କ୍ରୀଡା ସମାରୋହ ଆଜି ଉଦଯାପିତ ହୋଇଯାଇଛି ।ପ୍ରାତଃ ପର୍ଯ୍ୟାୟ ଖେଳକୁ ଅବସରପ୍ରାପ୍ତ ସେନାକର୍ମଚାରୀ  ଶ୍ରୀଯୁକ୍ତ ପ୍ରଣୟ କୁମାର ପାଣିଗ୍ରାହୀ  ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ ।ସମାରୋହ କାର୍ଯ୍ୟକ୍ରମରେ ଗାଇସିଲାଟ +3 ଡିଗ୍ରୀ ମହାବିଦ୍ୟାଳୟ ର  ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦୀଶ କୁମାର ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ସମାରୋପ ଘୋଷଣା ପୂର୍ବକ କ୍ରୀଡା ପତାକା କୁ ଅବତରଣ କରି ଜ୍ୟୋତି ବିସର୍ଜନ କରିଥିଲେ ।ଶରୀର ପାଇଁ ଖେଳ ନିହାତି ଜରୁରୀ ଓ ଶିଶୁ  ମାନଙ୍କ ମଧ୍ୟରେ ପ୍ରତିଯୋଗି ବଦଳରେ ଭାଗନେବାପାଇଁ ଉତ୍ସାହିତ କଲେ ଆଗାମୀ ଦିନରେ  ଉନ୍ନତି କରିପାରିବେ ବୋଲି ବକ୍ତବ୍ଯ ପ୍ରଦାନ କରିବାସହ ଖେଳ ଉପକରଣ ପାଇଁ ସହଯୋଗ ରାଶି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନରସିଂହ ସାହୁ  ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନୁଷ୍ଠାନର ଆଚାର୍ଯ୍ୟ ବେଦବ୍ୟାସ ପଧାନ  ଧାରାବିବରଣୀ ପଠନ  କରିବା ସହ ସଭା ସଂଯୋଜନା କରିଥିଲେ ।ପୁରସ୍କାର ବିତରଣ ଉତ୍ସବ ପରେପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବାଲବର୍ଗରୁ ଚାରିଜଣ ଏବଂ କିଶୋରବର୍ଗରୁ ତିନି ଜଣ ଖେଳାଳୀଙ୍କ ନାମ ଘୋଷଣା କରାଯାଇଥିଲା ।ଶେଷରେ ସଂପାଦକ ଶ୍ରୀଯୁକ୍ତ ସଂଜୟ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ଅଭିଭାବିକା ମାନଙ୍କ ଗୋଲାଫିଙ୍ଗା,ଅଭିଭାବକ ମାନଙ୍କ ୧୦୦ମି ଦୌଡ, ଗୁରୁଜୀ ମାନଙ୍କ ୧୦୦ମି ଦୌଡ, ଗୁରୁମା ମାନଙ୍କ ମ୍ୟୁଜିକାଲ ଚେୟାର ବିଶେଷ ଆକର୍ଷଣୀୟ ଥିଲା । ସମସ୍ତ ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.