ଅତିରିକ୍ତ ଜିଲ୍ଲାପାଳ ଭୂସ୍ଖଳନ ପ୍ରବଣ ଅଞ୍ଚଳ ପରିଦର୍ଶନ କରି ପଥଚାରୀଙ୍କୁ କରାଇଲେ ସଚେତନ

18

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମୁନିନ୍ଦ୍ର ହୋନନାଗା ଆଜି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍ ଅଞ୍ଚଳରେ ଥିବା ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକ ପରିଦର୍ଶନ କରିଥିଲେ । ଆର.ଉଦୟଗିରି ବ୍ଲକର ଭୂସ୍ଖଳନ ପ୍ରବଣ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରତିକୂଳ ପାଗ ପରିସ୍ଥିତିରେ ସୁରକ୍ଷା ସତର୍କତା ସମ୍ପର୍କରେ ପଥଚାରୀଙ୍କୁ ସଚେତନ କରିଥିଲେ ।
ପଥଚାରୀ ମାନଙ୍କୁ ମୁଖ୍ୟତଃ ବର୍ଷା ସମୟରେ ଅତି ଆବଶ୍ୟକ ନ ପଡ଼ିଲେ ଏ ଅଞ୍ଚଳ ଦେଇ ଯିବା ଆସିବା କରନ୍ତୁ ନାହିଁ , କାରଣ କେଉଁ ମୁହୂର୍ତ୍ତରେ ପାହାଡ ଉପରୁ ମାଟି ଅତଡ଼ା ଧସିବା ତଥା ଭୂସ୍ଖଳନ ହେବା ସମ୍ଭାବନା ରହିଛି । ସୁରକ୍ଷିତ ଦୃଷ୍ଟିରୁ ବର୍ଷା ସମୟରେ କି ବର୍ଷା ଛାଡ଼ିଯିବା ପରେ ପରେ ଏ ଅଞ୍ଚଳ ଦେଇ ଯିବା ସୁରକ୍ଷିତ ନୁହେଁ କହି ଯିବା ଆସିବା କରୁଥିବା ଲୋକ ମାନଙ୍କୁ ସଚେତନ କରାଇଥିଲେ।
ଚିହ୍ନଟ ହୋଇଥିବା ସମ୍ପୃକ୍ତ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକ ପୂର୍ବରୁ , ପୂର୍ତ୍ତ ବିଭାଗ ପକ୍ଷରୁ ପଥଚାରୀ ମାନଙ୍କ ଉଦ୍ଦେଶ୍ୟରେ “ଆଗରେ ଭୂସ୍ଖଳନ ଅଞ୍ଚଳ ଅଛି ଯିବା ଆସିବା କରିବା ସମୟରେ ସତର୍କ ରୁହନ୍ତୁ ଏବଂ ଗାଡ଼ିର ଗତି ଧୀର ରଖନ୍ତୁ ବୋଲି ସତର୍କ ତଥା ସଚେତନତା ବ୍ୟାନର ଲଗାଯାଇଛି।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହୋନନାଗାଙ୍କ ଏହି ଭୂସ୍ଖଳନ ଅଞ୍ଚଳ ପରିଦର୍ଶନ ବେଳେ ଆର .ଉଦୟଗିରି ବିଡିଓ ଶ୍ରୀ ଲାରିମାନ ଖର୍ଷାଲଙ୍କ ଅନ୍ୟ ଅଧିକାରୀ , କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.