ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି ରଣଜୀ କ୍ରିକେଟ ଦଳରେ

8

ବଲାଙ୍ଗୀର,୨୬।୧୦ : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି ରଣଜୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଏହା ବଲାଙ୍ଗୀର ଜିଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହୋଇଛି । ଭୁବନେଶ୍ୱର କିଟ୍ ପଡିଆ ଠାରେ ଆରମ୍ଭ ହୋଇଥିବା ଓଡ଼ିଶା – ସର୍ଭିସେସ୍ ରଣଜୀ ମ୍ୟାଚରେ ବଲାଙ୍ଗୀରର ଉଦୟମାନ ଯୁବ କ୍ରିକେଟର ଓମକାର ମହାନ୍ତି ସ୍ଥାନ ପାଇଥିବାରୁ ବଲାଙ୍ଗୀର ଜିଲା କ୍ରୀଡ଼ା ସଂସଦ ଓ ବଲାଙ୍ଗୀରବାସୀ ଶୁଭେଚ୍ଛା ଜଣାଇଛନ୍ତି ।

ବଲାଙ୍ଗୀର ପେଲେସ ଲାଇନ୍‌ର କୌଶିକ ମହାନ୍ତି ଓ ନିବେଦିତା ମହାନ୍ତିଙ୍କ ପୁଅ ହେଉଛନ୍ତି ଓମକାର । ଯୁବ କ୍ରିକେଟର୍‌ ଓମକାରଙ୍କ ଏହି ଅସାଧାରଣ ସଫଳତାକୁ ନେଇ ବଲାଙ୍ଗୀର କ୍ରୀଡ଼ା ସଂସଦ ଏବଂ ଜିଲାର କ୍ରିକେଟପ୍ରେମୀଙ୍କ ମହଲରେ ବେଶ୍ ଖୁସିର ଲହରୀ ଖେଳିଯାଇଛି । ଜଣେ ଯୁବ ଖେଳାଳି ଭାବେ ରାଜ୍ୟସ୍ତରୀୟ ଦଳରେ ସ୍ଥାନ ପାଇବା ବଲାଙ୍ଗୀରର କ୍ରିକେଟ ଜଗତ ପାଇଁ ଏକ ଅତ୍ୟନ୍ତ ଉତ୍ସାହଜନକ ଖବର ଅଟେ । ଓମକାର ଆଗାମୀ ମ୍ୟାଚଗୁଡ଼ିକରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ତଥା ବଲାଙ୍ଗୀରର ନାମକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରନ୍ତୁ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଆଜି ଠାରୁ ଭୁବନେଶ୍ୱର କିଟ୍ ପଡିଆରେ ଆରମ୍ଭ ହୋଇଥିବା ଓଡିଶା – ସର୍ଭିସେସ୍ ରଣଜୀ ମ୍ୟାଚରେ ବଲାଙ୍ଗୀରର ଉଦୟମାନ ଯୁବ କ୍ରିକେଟର ଓମକାର ମହାନ୍ତି ସ୍ଥାନ ପାଇଥିବା ଖବର ପାଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଓମକାରଙ୍କୁ ବଲାଙ୍ଗୀରବାସୀଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏବଂ ପୌରାଧ୍ୟକ୍ଷା ଲିକା ସାହୁ

Leave A Reply

Your email address will not be published.