କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ
- କୋଟିଆ ଉନ୍ନତି ପାଇଁ ପ୍ରତିବଦ୍ଧ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ମହାନଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ, କିନ୍ତୁ କୋଟିଆ ପ୍ରସଙ୍ଗରେ ଚୁପ୍ କାହିଁକି ?
- ଏମଏମଡିଆର ପ୍ରସଙ୍ଗରେ ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶକୁ ରାଜ୍ୟ ସରକାର ଅବମାନନା କରୁଥିବା ବେଳେ କୋଟିଆ ପ୍ରସଙ୍ଗରେ ସୁପି୍ରମକୋର୍ଟଙ୍କ ହସ୍ତକ୍ଷେପ ଲୋଡୁଛନ୍ତି କ’ଣ ପାଇଁ ?
ଭୁବନେଶ୍ୱର, ୨୭/୧୦/୨୦୨୬: ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ନ ହେବା ଓଡ଼ିଶା ପାଇଁ ବଡ଼ ଅପମାନ । କିଛି ଦିନ ପରେ କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶା ସରକାର ଆନ୍ଧ୍ର ଆଗରେ ଆତ୍ମସମର୍ପଣ କରିଛନ୍ତି । କୋଟିଆ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ଉପସଭାପତି ଡ଼ ଅରୁଣ କୁମାର ସାହୁ ଓ ପୂର୍ବତନ ସାଂସଦ, ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଶ୍ରୀ ପ୍ରଦୀପ ମାଝୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।
ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ଟି୍ରପଲ ଇଞ୍ଜିନ ସରକାର ଥାଇ ମଧ୍ୟ କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ହେଉନାହିଁ । ଗତ ଅଢେଇ ବର୍ଷ ମଧ୍ୟରେ କୋଟିଆ ସୀମା ବିବାଦ ସମାଧାନ ହେବା ବଦଳରେ ଆହୁରି ଜଟିଳ ହେଉଛି । କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାର ଅକ୍ଟୋବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ନିର୍ବାଚନ ରୋକିବାକୁ କୌଣସି ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ କୋଟିଆର ସୁରକ୍ଷା ନେଇ ଗତ ଅକ୍ଟୋବର ୧୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଥିଲେ । ଗତ ଅକ୍ଟୋବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅଦାଲତ ଅବମାନନା ମାମଲା ସ୍ଥିତି ଯାଞ୍ଚ ନେଇ ଏଜିଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅକ୍ଟୋବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ଅଦାଲତ ଅବମାନନା ନେଇ ପୁଣି ଏକ ମାମଲା ସୁପି୍ରମକୋର୍ଟରେ ଦାୟର ହୋଇଥିଲା । ୮ ଦିନ ପରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଟିଆ ପ୍ରସଙ୍ଗରେ ସରକାର କେବଳ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଚୁପ ହୋଇ ରହିଗଲେ । କୋଟିଆ ବର୍ତ୍ତମାନ ସାରା ଓଡିଶାର ପ୍ରସଙ୍ଗ । ଓଡ଼ିଶାରେ, ଆନ୍ଧ୍ରରେ ଓ କେନ୍ଦ୍ରରେ ବିଜେପି ସରକାର ଥିବା ସତ୍ତ୍ୱେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ ରହିବା ନିନ୍ଦନୀୟ । ବିରୋଧୀ ଦଳରେ ଥିବାବେଳେ କୋଟିଆ ପ୍ରସଙ୍ଗରେ ଅନେକ ବୟାନ ବାଜି କରୁଥିବା ବିଜେପି, ସରକାରକୁ ଆସିବା ପରେ ଚୁପ କାହିଁକି ? ବିଜେପି କ୍ଷମତାକୁ ଆସିବାର ଅଢେଇ ବର୍ଷ ମଧ୍ୟରେ କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ ତାହା ବିଜେପି ସରକାର କରିଲେ ନାହିଁ । ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହାଁନ୍ତି । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇ ଓଡ଼ିଆ ଅସ୍ମିତାର ପରିଚୟ ଦିଅନ୍ତୁ । କୋଟିଆ ପ୍ରସଙ୍ଗରେ ବିଜେପି ପାଇଁ ମାଟି ଠାରୁ ପାର୍ଟି ବଡ଼ ହୋଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ତିଷ୍ଠି ରହିଛି । କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି, କାରଣ ଆନ୍ଧ୍ର ଯଦି ସମର୍ଥନ ପ୍ରତ୍ୟାହାର କରିନେବ ତାହେଲେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗି ଯିବାର ସମ୍ଭାବନା ରହିଛି । ଓଡିଆ ଅସ୍ମିତାର ପରିଚୟ ଦେଇ କୋଟିଆ ସୀମା ବିବାଦ ପ୍ରସଙ୍ଗରେ ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ରାଜ୍ୟ ସରକାର ।
ଶ୍ରୀ ପ୍ରଦୀପ ମାଝୀ କହିଥିଲେ ଯେ, କୋଟିଆକୁ ବିଜେଡ଼ି ବାରମ୍ବାର ଗସ୍ତ କରି ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛି । ଅନେକ ଅବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯାଉଥିବା ବେଳେ ତାହା ଆଉ ୬ ଦିନ ବାକି ରହିଛି । ନିର୍ବାଚନ ପାଇଁ ଆନ୍ଧ୍ର ସରକାର ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି କରିସାରିଛନ୍ତି । ନିର୍ବାଚନକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ବିଜେପି ସାଂସଦ ଓ ବିଧାୟକ ମାନେ କେବଳ ମିଛ ବୟାନ ବାଜିରେ ସୀମିତ ହୋଇ ରହିଯାଇଛନ୍ତି । କୋଟିଆ ଗ୍ରାମପଞ୍ଚାୟତର ସର୍ବକାଳୀନ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତିବଦ୍ଧ ଥିଲେ । କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ୟାଇ ଜଗମୋହନ ରେ‡ୀ ଗତ ନଭେମ୍ୱର ୨୦୨୧ରେ ଓଡ଼ିଶା ଗସ୍ତରେ ଆସି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ନେରେଡି ବ୍ୟାରେଜ, ପୋଲାଭରମ ଆଦି ସମସ୍ୟାର ସମାଧାନ ପାଇଁ ମଧ୍ୟ ଆଲୋଚନା କରିଥିଲେ । କୋଟିଆ ସମସ୍ୟାର ସମାଧାନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାରମ୍ବାର ଆଲୋଚନା କରିଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କେତେଥର ଆଲୋଚନା କରିଛନ୍ତି ? ବିଜେଡି ଶାସନ କାଳରେ କୋଟିଆ ସମସ୍ୟାର ସମାଧାନ ପାଇଁ ସର୍ବଦା କାର୍ଯ୍ୟ କରାଯାଉଥିଲା । କୋଟିଆରେ ୯୫ ପ୍ରତିଶତ ଆଦିବାସୀ ଲୋକେ ବସବାସ କରୁଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନୁହେଁ । ସେଠାରେ ମଧ୍ୟ ଲୋକେ ଗତ ୪ ମାସ ହେଲା ଭତ୍ତା ପାଇନାହାଁନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ । କୋଟିଆରେ ଆନ୍ଧ୍ର ସରକାର ୪ଟି ଗ୍ରାମପଞ୍ଚାୟତ ଗଠନ କରିଛନ୍ତି । ଗୋଟିଏ ପଞ୍ଚାୟତ ମତଦାନ ପାଇଁ ନେରିଡି ଭାଲସାରେ ଓ ଅନ୍ୟ ୩ଟିର ମତଦାନ ପାଇଁ ଓଡ଼ିଶା ବାହାରେ ବୁଥ କରାଯାଇଛି । ଆନ୍ଧ୍ର ସରକାର ମତଦାନ ପାଇଁ ବୁଥ କରିଥିବା ବେଳେ ଏନେଇ ଓଡ଼ିଶା ସରକାର କ’ଣ ପଦକ୍ଷେପ ନେଇଛନ୍ତି ? ନେରିଡି ଭାଲସାରେ ଆନ୍ଧ୍ର ସରକାର ବୁଥ କରିଥିବା ବେଳେ ତାହାକୁ ରୋକି ପାରିଲେ ନାହିଁ ରାଜ୍ୟ ସରକାର । ଉକ୍ତ ସ୍ଥାନକୁ ମଧ୍ୟ ଅନୁଧ୍ୟାନ କରିବା ପାଇଁ ଗଲେ ନାହିଁ ସରକାର । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ସ୍ଥାଣୁ ପାଲଟିଥିବା ବେଳେ ବିଜେଡି କୋଟିଆକୁ ନେଇ ଲଢେଇ କରିବ । ବିଜେଡିର ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ଅଧ୍ୟକ୍ଷ ଏବଂ ସମସ୍ତ କର୍ମକର୍ତ୍ତା କୋଟିଆକୁ ଯାଇ ନେରିଡି ଭାଲସାରେ ଲଗାତାର ଆନେ୍ଦାଳନ କରିବେ । ଆନ୍ଧ୍ର ସରକାରଙ୍କୁ ସେଠାରେ ବୁଥ କରାଇବାକୁ ଦେବ ନାହିଁ ବିଜେଡି । ବିଜେପି ସରକାର ଦଳୀୟ ସ୍ୱାର୍ଥ ପାଇଁ ଚୁପ ରହିପାରେ, କିନ୍ତୁ ବିଜେଡି ଓଡ଼ିଶା ମାଟି ପାଇଁ ଚୁପ୍ ରହିବ ନାହିଁ । ଓଡ଼ିଶାର ହକ୍ ପାଇଁ ବିଜେଡି ଜୋରଦାର ଆନେ୍ଦାଳନ କରିବ । କୋଟିଆକୁ ଏକ ଉନ୍ନତ ଗ୍ରାମପଞ୍ଚାୟତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଢ଼ି ତୋଲିଥିଲେ । ସ୍ୱତନ୍ତ୍ର ଭାବେ ଅନୁଦାନ ଦେଇ ତାହାର ରୂପରେଖ ପରିବର୍ତ୍ତନ କରାଇଥିଲେ । କୋଟିଆକୁ ଆନ୍ଧ୍ର ହାତକୁ ଟେକି ଦେବାକୁ ବିଜେପି ସରକାରଙ୍କ ଚକ୍ରାନ୍ତକୁ କେବେ ସଫଳ ହେବାକୁ ଦେବ ନାହିଁ ବିଜେଡି ।