ଖଣି ପ୍ରଭାବିତ ଅଞ୍ଚଳରେ ରୁଙ୍ଗଟାର ସିଏସଆର କାର୍ଯ୍ୟକ୍ରମ :  ଶିକ୍ଷାର ମାନ ଅଭିବୃଦ୍ଧି ନିମନ୍ତେ ରୁଙ୍ଗଟାର ଉଦ୍ୟମ ଜାରି 

0

ଯୋଡା/ବଡ଼ବିଲ (ଚିତ୍ତ ରଞ୍ଜନ କର)  ଖଣି ପ୍ରଭାବିତ ଅଂଚଳରେ  ଶିକ୍ଷା ମାନର ଅଭିବୃଦ୍ଧି ତଥା ଶିକ୍ଷା ଭିତ୍ତିଭୂମିର ବିକାଶ ନିମନ୍ତେ ରୁଙ୍ଗ୍ଟା କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରଖିଛି | ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିଃ ଅଧୀନରେ ପରିଚାଳିତ ସାନଇନ୍ଦୁପୁର ଲୌହ ଓ ବକ୍ସାଇଟ୍ ଖଣିର ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ କାର୍ଯ୍ୟକ୍ରମରେ ୯ଟି ବିଦ୍ୟାଳୟ ଓ ୩ଟି ଅଙ୍ଗନୱାଡି କେନ୍ଦ୍ରରେ କମ୍ପାନୀ ପକ୍ଷରୁ ଶିକ୍ଷା ସମ୍ବନ୍ଧୀୟ ଉପକରଣ ପ୍ରଦାନ ହୋଇଥିବାର ଜଣାପଡିଛି । ଏହି ପରିପ୍ରେକ୍ଷୀରେ ବଡଇନ୍ଦୁପୁର ବିଦ୍ୟାଳୟ,ଗଣୁଆ ସେବାଶ୍ରମ,କାକରପାଣି ବିଦ୍ୟାଳୟ,ଗିଡେଇ ବିଦ୍ୟାଳୟ,ଦେଓଘର ବିଦ୍ୟାଳୟ,କେନାଭେଟା ବିଦ୍ୟାଳୟ,ଦଳିତା ବିଦ୍ୟାଳୟ,ପଟବେଡା ବିଦ୍ୟାଳୟ ଓ ମଣ୍ଡଯୋଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ଟ୍ରେ,ଷ୍ଟୀଲ୍ ଗ୍ଲାସ,ସାନିଟାରୀ ହ୍ୟାଣ୍ଡୱାସ,ଡଷ୍ଟବିନ୍,ସିଟିଂ ମ୍ୟାଟ୍ ତଥା ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟକୁ ଆବଶ୍ୟକ ସଂଖ୍ୟକ ୱାଟର ଫିଲଟର ଏବଂ ବ୍ୟବହାର ନିମନ୍ତେ ଚେୟାର ଓ ଆଲମାରୀ  ପ୍ରଦାନ ହୋଇଥିବାର ଖବର ମିଳିଛି । ସେହିଭଳି ମଣ୍ଡଯୋଡା,ଗିଡେଇ ଓ କେନାଭେଟା ଠାରେ ପରିଚାଳିତ ଅଙ୍ଗନୱାଡିର ପ୍ରାକ୍ବିଦ୍ୟାଳୟ ଶିଶୁ ମାନଙ୍କ ନିମନ୍ତେ ଆକର୍ଷଣୀୟ ଟେବୁଲ ଓ ଚେୟାର ତଥା ଏଜୁକେସନାଲ ବକ୍ସ ଓ ଦରି ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କମ୍ପାନୀ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନମାନଙ୍କରେ ବିଦ୍ୟାଳୟ ପରିଚାଳନା କମିଟି ମୁଖ୍ୟ,ପ୍ରଦାନ ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ଉପସ୍ଥିତରେ ଆୟୋଜିତ ନିରାଡମ୍ବର ଉତ୍ସବରେ ରୁଙ୍ଗଟା  କମ୍ପାନୀର ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ବିଭାଗ ସହକାରୀ ପ୍ରବନ୍ଧକ ଉଜ୍ଜ୍ୱଳ କୁମାର ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀ ପାଠପଢା ଓ ବିଦ୍ୟାଳୟର ଅନ୍ୟାନ୍ୟ ଅସୁବିଧା ସମ୍ବନେ୍ଧ ପଚାରି ବୁଝିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ଉପକରଣ ପ୍ରଦାନ କରିଥିଲେ । ଶିକ୍ଷାବୀତ୍ ଓ ସ୍ଥାନୀୟ ସଚେତକ ନାଗରିକ କମିଟିଙ୍କ ପକ୍ଷରୁ କମ୍ପାନୀର ଏଭଳି ଶିକ୍ଷା ସମ୍ବନ୍ଧୀୟ ଲୋକାଭିମୁଖି ଡ୍ରାଇଭ୍କୁ ଉଚ୍ଚ ପ୍ରଶଂସା କରାଯାଇଥିବାର ଖବର ମିଳିଛି ।

 

 

 

 

 

Leave A Reply

Your email address will not be published.