ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ପାଇଁ ଗଜପତି ଜିଲ୍ଲାର ନୋଡାଲ ଅଧିକାରୀ ବିଜୟ କୁମାର ଦାଶ- ଆଇ.ଏ.ଏସ ରାୟଗଡ଼ ବ୍ଲକ ଗ୍ରସ୍ତରେ ଯାଇ ସମ୍ଭାବ୍ୟ ବାତ୍ୟା ପୂର୍ବରୁ କିଭଳି ସବୁ ପ୍ରଶାସନିକ ପ୍ରସ୍ତୁତି ବ୍ୟବସ୍ଥା କରାଯାଇଛି, ସେ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରିବା ପାଇଁ ଗ୍ରସ୍ତ କରିଥିଲେ।
ରାୟଗଡରେ ଗର୍ଭବତୀ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ମା ଗୃହ ବୁଲି ଦେଖିବା ସହ ସିଏଚସି ଏବଂ ରାୟଗଡ଼ ବ୍ଲକର ବିଭିନ୍ନ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ । ଆଶ୍ରୟସ୍ଥଳ ଗୁଡ଼ିକରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହିତ ଆଗାମୀ ପ୍ରବଳ ବର୍ଷା ଏବଂ ବାତ୍ୟା ‘ଅର୍ଣ୍ଣବ’ ପାଇଁ ପ୍ରସ୍ତୁତି ସମୀକ୍ଷା କରିଥିଲେ। ପରିଦର୍ଶନ ବେଳେ ସେ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ।
ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଦାସଙ୍କ ଏହି ଗ୍ରସ୍ତ ଓ ପରିଦର୍ଶନ ବେଳେ ତାଙ୍କ ସହିତ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ରାୟଗଡ ବିଡିଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.