ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଙ୍କ ମୃତ୍ୟୁ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବଡ ଓଲମା ଗ୍ରାମ ନିକଟରେ ରବିବାର ରାତ୍ର ପ୍ରାୟ 9 ଘଣ୍ଟ ସମୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଛାଲିପିଟ୍ଟା ଗ୍ରାମର କୋନି କଲାର (୩୭)। ଏ ନେଇ ମୃତ କୋନି କଲାର ର ଭାଇ ଉଦ୍ରନ କଲାର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି କେଶ ନ ୪୮/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ କୋଡିଙ୍ଗା ଥାନା ଅନ୍ତର୍ଗତ ଛାଲି ପିଟ୍ଟା ଗ୍ରାମ ର କୋନି କଲାର (୩୭) ଗତକାଲି ରବିବାର ନିଜ ବାଇକ୍ ନ (ଓ ଆର ୨୪ -୧୬୪୭) ଯୋଗେ ଡାବୁଗାଁ ଥାନା ଅନ୍ତର୍ଗତ ଖୁଟୁ ଗୁଡା ଗ୍ରାମ କୁ ନିଜ ଭଉଣି ଘରକୁ ଆସିଥିଲେ। କାର୍ଯ୍ୟ ସାରି ରାତ୍ର ୮ ଘଣ୍ଟ ସମୟରେ କୋନି ପୁଣି ନିଜ ବାଇକ୍ ରେ ଛାଲି ପିଟ୍ଟା ବାହାରିଥିଲେ। ତେବେ ରାତ୍ର ପ୍ରାୟ ୯ ଘଣ୍ଟ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ବଡ ଓଲମା ଗ୍ରାମ ଛକ ନିକଟରେ ଏକ ଅଜଣା ଯାନ କୋନି କଲାର କୁ ଧକ୍କା ଦେଇଥିଲା। ଏଥିରେ କୋନି କଲାର ବାଇକ ରୁ ରାସ୍ତା କଡ଼ରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର କୋନି କୁ ଉଦ୍ଧାର କରି ଏମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତ୍ର କୋନି କଲାର ର ମୃତ୍ୟୁ ଘଟିଥିଲା। ଏ ନେଇ ଆଜି ସକାଳେ ମୃତ କୋନି କଲାର ର ଭାଇ ଉଦ୍ରନ କଲାର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ୪୮/୨୪ ରେ ମାମଲା ରୁଜୁ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ପୁଲିସ ଏ ଏସ ଆଇ ଗୋପାଳ କୃଷ୍ଣ ହାଲୱା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.