ବିଶିଷ୍ଟ ସଂଗୀତଜ୍ଞ ତଥା ଗିତାର୍ ବାଦକ ଜୋହନ ସିଂହଙ୍କ ବିୟୋଗ

0

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ବିଶିଷ୍ଟ ସଂଗୀତଜ୍ଞ ସହିତ ବିଚକ୍ଷଣ ଗିତାର୍ ଓ ବେଂଜୋ ବାଦକ”ଜୋହନ୍ ସିଂହ” ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଖ୍ରୀଷ୍ଟିଆନ ସାହିରେ ଥିବା ପୈତୃକ ବାସଭବନରେ ହୃଦଘାତରେ ତାଙ୍କରି ବିୟୋଗ ଘଟିଛି। ସେହି ମହାନ୍ ବ୍ୟକ୍ତିଙ୍କ ୭୩ ବୟସରେ ବିୟୋଗ ରେ ଆଜି ସମଗ୍ର ଘୁମୁସର ଅଞ୍ଚଳ ର କଳାପ୍ରେମି ମର୍ମାହତ।

କଳା ସଂସ୍କୃତି ତଥା ସଙ୍ଗୀତ ର ପୀଠ ସ୍ଥଳୀ ଘୁମୁସର ମାଟି ଭଞ୍ଜନଗର ରେ କେତେ ଯେ କଳାକାର ସୃଷ୍ଟି ହୋଇଛନ୍ତି ଓ ସେମାନେ ନିଜର ଜୀବନୀ ମଧ୍ୟରେ ନିଜର କଳାର ପରିଚୟ ଦେଇଛନ୍ତି ତାହା ଅନେକ ଙ୍କୁ ଜଣା । ସେଥିମଧ୍ୟରୁ ଏକ ଅମ୍ଳାନ ପ୍ରତିଭା ହେଉଛନ୍ତି ” ଜୋହନ୍ ସିଂହ” । ଓଡ଼ିଆ ଚଳଚ୍ଚିତ୍ର ର ୮୦ ଦଶକର ପ୍ରସିଦ୍ଧ ଗାୟକ ତାନସେନ ସିଂହ, ଯିଏକି “ଝୁମକା ଟିକେ ତୁତ ହଲେଇ ଦେ” ଭଳି ଲୋକପ୍ରିୟ ଗୀତ ଗାଇଥିଲେ ,ତାଙ୍କର ସାନ ଭାଇ ଜୋହନ୍ ସିଂହ ଆଜି ୭୩ ବର୍ଷ ବୟସରେ ହୃଦଘାତ ରେ ଇହଲୀଳା ସମ୍ବରଣ କରିଛନ୍ତି। ଯୋହନ୍ ସିଂହ ଜଣେ ଓଡ଼ିଶା ର ବିଶିଷ୍ଟ ଗିଟାର୍ ବାଦକ। ଅନେକ ଦିନ ସେ ଭାରତ ର ବିଶିଷ୍ଟ ଯାଦୁଗର୍ ପି-ଏଲ ସୁନ୍ଦର୍ କା ପାଖରେ ସଙ୍ଗୀତ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ। ଏମିତିକି ସେ ମାଣ୍ଡୁଲେନ, ବେଂଜୋ, ଅର୍ଗାନ ଭଳି ସଂଗୀତ ବାଦ୍ୟ ବଜାଇ ବାରେ ସିଧ୍ୟ ହସ୍ତ ଥିଲେ । ତା ଛଡା ଘୁମୁସର ମାଟିର ନଵେ ଦଶକର “ରାଜା ରାଓ ମେଲୋଡି” ରେ ଗୀତାର ବାଦକ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଜର କଳାର ପରିଚୟ ଦେଇ ପ୍ରଶଂସା ସାଉଁଟି ଛନ୍ତି। ସେ ଅବିବାହିତ ଥିଲେ ଏବଂ ନିଜ ଜୀବନରେ ସେ ଅନେକ ଛାତ୍ର ଛାତ୍ରୀ ଙ୍କୁ ସଙ୍ଗୀତ ଶିକ୍ଷା ଦେଇଛନ୍ତି।ଆଜି ତାଙ୍କର ମୃତ୍ୟୁ ରେ ଭଞ୍ଜନଗର ଅନେକ ସଙ୍ଗୀତ କଳା ପ୍ରେମୀ ମର୍ମାହତ ହେବା ସହ ତାଙ୍କର ଶେଷ ଦର୍ଶନ ପାଇଁ ଭଞ୍ଜନଗର ଖ୍ରୀଷ୍ଟିଆନ ସାହି ବାସଗୃହ କୁ ଯାଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଭାଇ ସାଇମନ ସିଂହ, ପୁତୁରା ଦିଲ୍ଲୀପ ସିଂହ ତଥା ବାଲ୍ୟ ବନ୍ଧୁ ଓ ଆଖପାଖ ସାହି ପରିବାର ବର୍ଗ ଉପସ୍ଥିତ ଥିଲେ।

Leave A Reply

Your email address will not be published.