ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟସଭା ସଦସ୍ୟ ଧୀରଜ ସାହୁଙ୍କ ଘରୁ ଆୟକର ବିଭାଗଦ୍ୱାରା ଜବତ ହୋଇଥିବା ନଗଦ ଟଙ୍କା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏହା ଯେତିକି ଉଦ୍ଭଟ ସେତିକି ହାସ୍ୟାସ୍ପଦ।ଗାନ୍ଧୀ ପରିବାର ପ୍ରତି କେନ୍ଦ୍ରମନ୍ତ୍ରୀ ମହୋଦୟ କାହିଁକି ଯେ ଏତେ ଅସହିଷ୍ଣୁ ତାହା ବୁଝାଇ କହିବା ଉଚିତ। ଯେତେବେଳେ ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ଟଙ୍କା କଳା ଟଙ୍କା କି ଧଳା ଟଙ୍କା ଏ ଯାବତ ବିଭାଗ କହିନାହିଁ, ଯେତେବେଳେ କେଉଁ ସୂତ୍ରରୁ ଏହି ଟଙ୍କା ଆସିଛି ତାହା ଯାଞ୍ଚକାରି ସଂସ୍ଥା ନିର୍ଦ୍ଧାରଣ କରିନାହିଁ ଏବଂ ଯେତେବେଳେ ସ୍ୱୟଂ ସାଂସଦ ଧୀରଜ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଜବତ ହୋଇଥିବା ନଗଦ ରାଶି ମୋ ପରିବାର ତଥା ଆମ ସହଯୋଗୀ କମ୍ପାନୀମାନଙ୍କର ଓ ଏଥିସହ କଂଗ୍ରେସ କିମ୍ବା କୌଣସି ରାଜନୈତିକ ଦଳର ଆଦୌ ସମ୍ପର୍କ ନାହିଁ ସେତେବେଳେ ମାନ୍ୟବର ମନ୍ତ୍ରୀଙ୍କ ଏପରି ଦାୟିତ୍ୱହୀନ ମନ୍ତବ୍ୟ କେବଳ ହୀନମନ୍ୟତା ବ୍ୟତୀତ ଆଉ କଣ ହୋଇପାରେ ବୋଲି ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ପ୍ରଶ୍ନ କରିଛନ୍ତି।
କଂଗ୍ରେସ କେବେ କୋଣସି ସମୟରେ ହଡପକାରୀଙ୍କୁ ପ୍ରଶ୍ରୟ ଦିଏନାହିଁ।କଂଗ୍ରେସ ପରିବାରର କେହି ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ଭଳି ଦସ୍ୟୁ ରତ୍ନାକରମାନଙ୍କୁ ବାଲ୍ମୀକୀ ଭାବରେ ଗ୍ରହଣ କରେନାହିଁ କି ପୂଜାର୍ଚ୍ଚନା କରେନାହିଁ। ଆୟକର ବିଭାଗ ସାଂସଦ ଧୀରଜ ସାହୁଙ୍କ ଘରୁ ଜବତ କରିଥିବା ୩୫୧ କୋଟିର ନଗଦ ରାଶି ବ୍ୟାପାରର ସତ୍ୟାସତ ଜାଣିବା ନିମନ୍ତେ କୋର୍ଟ ପରିଚାଳିତ ଏସ ଆଇ ଟି ତଦନ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ମହୋଦୟ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେବାର ସତସାହସ ରଖିବାକୁ ଗଣମାଧ୍ୟମ ବିଭାଗ ଅଧକ୍ଷ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.