ଏଏମ୍/ଏନ୍ ଏସ୍ ଇଣ୍ଡିଆର ଠାକୁରାଣୀ ଲୁହାପଥର ଖଣିରେ ୨୫ତମ ଏମ୍ଇଏମସି ସପ୍ତାହ ପାଳିତ

0

ଯୋଡ଼ା:- ଭୁବନେଶ୍ୱରସ୍ଥିତ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ଆନୁକୂଲ୍ୟରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ ଏସ୍ ଇଣ୍ଡିଆ)ର ଠାକୁରାଣୀ ଲୁହାପଥର ଖଣିରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏମ୍ଇଏମସି ସପ୍ତାହର ଉଦ୍ ଘାଟନୀ ଉତ୍ସବ ଏଏମ୍/ଏନ୍ଏସ୍ ଇଣ୍ଡିଆର ଠାକୁରାଣୀ ଖଣି ପରିଚାଳକ ପ୍ରମୋଦ କୁମାର ମିଶ୍ରଙ୍କ ଦ୍ୱାରା ପତାକା ଉତ୍ତୋଳନ ସହ ଆରମ୍ଭ ହୋଇଥିଲା। ସ୍ଥାୟୀ ଖଣି ନିୟମାବଳୀକୁ ବଜାୟ ରଖିବା ପାଇଁ ସମସ୍ତ କର୍ମଚାରୀମାନେ ଶପଥ ନେଇଥିଲେ।
ଏହି ଅବସରରେ ସ୍ଲୋଗାନ, ପୋଷ୍ଟର ଓ ପ୍ରବନ୍ଧ ଲେଖା ପ୍ରତିଯୋଗିତା ଭଳି ବିଭିନ୍ନ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଆଖପାଖ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଓଏମସିର ଡିଜିଏମ୍ ଖଣି ଆବାହକ ଜ୍ଞାନ ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଖଣିର ଏଜିଏମ୍ ମହେନ୍ଦ୍ର ମହାନ୍ତି, ପଟାବେଡ଼ା ଲୁହାପଥର ଖଣି, ଏମଜିମ୍ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା।
ଏମଇଏମସି ସପ୍ତାହର ଶେଷ ଦିନରେ ଡ୍ରୋନ୍ ସର୍ଭେ ଟେକ୍ନୋଲୋଜି, ଅଲିମ୍ପସ ହ୍ୟାଣ୍ଡହେଲ୍ଡ ଏକ୍ସଆରଏଫ ଏବଂ ମଡର୍ଣ୍ଣ ଏୟାର କ୍ୱାଲିଟି ମନିଟରିଂ ଉପକରଣ ସମ୍ବନ୍ଧୀୟ ବିଭିନ୍ନ ଷ୍ଟଲ ପ୍ରଦର୍ଶିତ ହୋଇଥିଲା ଯାହା ଖଣି କାର୍ଯ୍ୟରେ ବୈଷୟିକ ଉପକରଣର ବ୍ୟବହାର ପ୍ରଦର୍ଶନ କରିଥିଲା । ଏଏମ୍/ଏନ୍ ଏସ୍ ଇଣ୍ଡିଆ ଦ୍ୱାରା ଖଣି ଅଞ୍ଚଳରେ ଗୋଷ୍ଠୀ ବିକାଶ ଏବଂ ପରିବେଶ ପରିଚାଳନା ଯୋଜନା ପାଇଁ ସିଏସ୍ଆର୍ କାର୍ଯ୍ୟକଳାପ ମଧ୍ୟ ଷ୍ଟଲ୍ ଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା। ଠାକୁରାଣୀ ଖଣିର କର୍ମଚାରୀମାନେ ସ୍ଥାୟୀ ଖଣି ଉପରେ ଆଧାରିତ ନାଟକ ପରିବେଷଣ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଖୁସି ଫାଉଣ୍ଡେସନର ସଦସ୍ୟମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମାପନୀ ଉତ୍ସବରେ ଏଏମ୍/ଏନ୍ ଏସ୍ ଇଣ୍ଡିଆର ସାଗାସାହି ଖଣି ପରିଚାଳକ ଏଲ୍ ଡି ବାବୁ ଓ ଏଏମ୍/ଏନ୍ ଏସ୍ ଇଣ୍ଡିଆର ଠାକୁରାଣୀ ଖଣିର ଖଣି ପରିଚାଳକ ପ୍ରମୋଦ କୁମାର ମିଶ୍ର ଏହି ଅଞ୍ଚଳର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିରନ୍ତର ଖଣିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.