ଅଲ୍ଓଡିଶା କୁଲି ମେହେର ବିକାଶ ମହାସଂଘ, ଓଡିଶା ର ନୂଆଖାଇ ଭେଟଘାଟ

0

ବରପାଲି/ଶାସକପ୍ରଶାସକ -ଅଲ୍ଓଡିଶା କୁଲି ମେହେର ବିକାଶ ମହାସଂଘ, ଓଡିଶା ର ନୂଆଖାଇ ଭେଟଘାଟ ବରପାଲି କେଡିଭବନ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ମହାସଂଘର ସମସ୍ତ କର୍ମ କର୍ତା ଓ ବିଭିନ୍ନ ଗ୍ରାମରୁ ଶତାଧିକ କୁଲି  ସମାଜର ଜାତି ଭାଇ ଉପସ୍ଥିତ ଥିଲେ ।ସଭା ପ୍ରାରମ୍ଭ ରୁ ମାଁ କରମସାନୀ ଙ୍କ ପୂଜା ଅର୍ଚ୍ଚନା ପରେ ଜାତି ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଆଲୋଚନା କରାଯାଇଥିଲା ।ବୈଠକରେ ମହାସଂଘ ର ଉପଦେଷ୍ଟା ଶ୍ରୀ ଯୁକ୍ତ ଷଡାନନ ମେହେର ସ୍ବାଗତ ଭାଷଣ ଦେଇଥିଲେ ।ମହାସଂଘ ସଭାପତି ଶ୍ରୀ ଯୁକ୍ତ ଚୈତନ୍ୟ ମେହେର ଜାତିଭାଇ ଙ୍କୁ ସମ୍ବୋଧିତ କରିଥିଲେ ।ସଭାରେ ଉପସଭାପତି ଶ୍ରୀ ଯୁକ୍ତ ଦୁର୍ଯ୍ୟୋଧନ ମେହେର, ଆନନ୍ଦ ମେହେର, ରୋହିତ ମେହେର, ସେବାରାମ ମେହେର, ଉପସ୍ଥିତ ଥିଲେ ।ପରିଶେଷରେ ଶ୍ରୀ ଯୁକ୍ତ ଶୋଭାସାଗର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.