ଖାଦ୍ୟ ସୁରକ୍ଷା ଯୋଜନାରେ ରେସନ କାର୍ଡ ବଣ୍ଟନ ।

0

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜବୋଡାସମ୍ବର ହାଇସ୍କୁଲ ଖେଲପଡିଆ ଠାରେ ରାଜବୋଡାସମ୍ବର ବ୍ଳକ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କୁ ରେସନ କାର୍ଡ ବଣ୍ଟନ କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ଓଡ଼ିଶା ସରକାରଙ୍କ ଶ୍ରମ ଓ ଇ ଏସ ଆଇ ତଥା ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଶୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ତାଙ୍କ ବକ୍ତବ୍ୟରେ ସରକାରଙ୍କ ଦ୍ବାରା ପ୍ରଣିତ ଖାଦ୍ୟ ସୁରକ୍ଷା ଯୋଜନାରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ପ୍ରକୃତ ହିତାଧିକାରୀ ଚୟନ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ ।ସମ୍ମାନୀତ ଅତିଥି ଭାବରେ ବରଗଡ଼ ଲୋକସଭା ସାଂସଦ ଡଃ ପ୍ରଭାସ ସିଂ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ ଜନହିତକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।ପ୍ରାପ୍ତ ସୂଚନା ଅନୁଯାୟୀ ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ୨୨ଗୋଟି ଗ୍ରାମ ପଞ୍ଚାୟତ ର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୧୮୦୫ ଜଣ ହିତାଧିକାରୀ ଏବଂ ପଦ୍ମପୁର ଏନ.ଏ.ସି ର ୧୧ ଗୋଟି  ୱାର୍ଡର ୨୧୫ ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଖାଉଟି କାର୍ଡ ବଣ୍ଟନ କରାଯାଇଥିଲା ।ସଭା ପ୍ରାରମ୍ଭରେ  ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ ରାଜବୋଡାସମ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଏଲିଜା ମିଶ୍ର,ଏ.ନ.ଏସି ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର,ସହକାରୀ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ସମ୍ଭୁନାଥ ହରିପାଳ,ଯୋଗାଣ ନିରିକ୍ଷକ ଶ୍ରୀଯୁକ୍ତ ଚୈତନ୍ୟ ଆଠବଙ୍ଗ ପରିଚାଳନାରେ ସହଯୋଗ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ,ପଞ୍ଚାୟତ ନିର୍ବାହୀ ଅଧିକାରୀ,ଯୋଗାଣ ସହାୟକ, ପଦ୍ମପୁର ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡର କାଉନସିଲର,ବ୍ଳକ ଓ ଏନଏସିର କର୍ମଚାରୀ ତଥା ହିତାଧିକାରୀ ବହୁ ସଙ୍ଖାରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.