ସ୍ୱଚ୍ଛତା ହିଁ  ସେବା ପାଳନ: ସଚେତନା ଶୋଭାଯାତ୍ରା,ବୃକ୍ଷରୋପଣ, ସଫେଇ, ସ୍ୱଚ୍ଛତା ତର୍କ ପ୍ରତିଯୋଗିତା ଏବଂ ପୁରସ୍କାର ବଣ୍ଟନ 

0

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଅର୍ଣ୍ଣୁପୁର୍ଣ୍ଣା ନଗର -୦୨ ଠାରେ ସ୍ୱଚ୍ଛତା ହିଁ ସେବା ପାଳନ ଅବସରରେ ଅର୍ଣ୍ଣପୁର୍ଣ୍ଣାବାସୀଙ୍କ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ପରିମଳ ଓ ପରିବେଶ ସ୍ୱଚ୍ଛତା ସହ ବୃକ୍ଷରୋପଣର ମହତ୍ତ୍ୱ କଣ ସଚେତନତା କରାଇବା ଉଦ୍ଦେଶ୍ୟ ନେଇ ସଚେତନତା ଶୋଭାଯାତ୍ରା, ସଭା,ବୃକ୍ଷରୋପଣ, ସଫେଇ ସ୍ୱଚ୍ଛତା ଉପରେ ତର୍କ ପ୍ରତିଯୋଗିତା ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଅବସରରେ ସଚେତନତା ଶୋଭଯାତ୍ରାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଅର୍ଣ୍ଣପୂର୍ଣ୍ଣା ନଗରବାସୀ ଓ ଜଙ୍ଗଲ ବିଭାଗର ରେଞ୍ଜର ଓ କର୍ମଚାରୀ ଏବଂ ଉଦ୍ୟୋକ୍ତାଗଣ ସାମିଲ କରି ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସାହି ବସ୍ତି ଅଞ୍ଚଳ ପରିକ୍ରମା କରିଥିଲେ । ପରେ ପରେ ସଫେଇ କାର୍ଯ୍ୟକ୍ରମରେ ଅତିଥି ଗଣ ସାହିର ମହିଳା ଉଦ୍ୟୋକ୍ତା ମାନେ ରାସ୍ତା ସଫେଇ କରିଥିଲେ । ଏହାପରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଦେବଗିରି ରେଞ୍ଜର ଅଧିକାରୀ ଏମ.ନରସିଂହମଙ୍କ ତତ୍ତ୍ୱାବଧାନରେ  ଅତିଥúମାନେ ଅର୍ଣ୍ଣପୁର୍ଣ୍ଣା ନଗରରେ ବୃକ୍ଷରୋପଣ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନକର୍ମଚାରୀ ସନ୍ତୋଷ କୁମାର ସାହୁ, ସନ୍ତୋଷ କୁମାର ପରିଛା, ଏମ୍‍.ନିରଞ୍ଜନ, ବାବୁଲା ପଟ୍ଟନାୟକ ଓ ଧରଣୀଧର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ନଗର ବରିଷ୍ଠ ଉଦ୍ୟୋକ୍ତା ଗୋଲକ ବିହାରୀ ପଣ୍ଡା (ଶିକ୍ଷକ)ଙ୍କ ସଭାପତିତ୍ୱରେ ବରିଷ୍ଠ ସାହିତ୍ୟିକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ସ୍ୱଚ୍ଛତା ହିଁ ସେବା ଉପରେ ପରିବେଶ ସ୍ୱଚ୍ଛତା ରହିଲେ ସୁଖ ଓ ସୁନ୍ଦର ଜୀବନଯାପନ କରି ହେବ । ଏଥିପାଇଁ ନିଜର ମାନବିକତାର ପରିବର୍ତ୍ତନ ଆବଶ୍ୟକ । ପରିବେଶ ଚତୁପାର୍ଶ୍ୱ ସଫାସୁତରା ରଖି ମଶାମାଛି ପୁତ୍ତି-ତଥା ଦୁର୍ଗମମୟ ପରିବେଶକୁ ରକ୍ଷା ପାଇ ନିରୋଗ ଜୀବନଯାପନ କରିବା  ଏବଂ ବୃକ୍ଷରୋପଣ ମହତ୍ତ୍ୱ ଉପରେ  କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେବଗିରି ରେଞ୍ଜ ଅଧିକାରୀ ଏମ.ନରସିଂହମ,ଅଧ୍ୟାପିକା ଡଃ ନଳିନୀ କୁମାରୀ ସାବତ, ସାମାଜିକ ସେବା କର୍ମୀ ଶ୍ରୀ ରବିନାରାୟଣ ପାଢୀ, ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟର ନିର୍ଦ୍ଦେଶକ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ନୃସିଂହ ଚରଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ୱଚ୍ଛତା ଓ ବୃକ୍ଷରୋପଣ ଉପରେ ତର୍କ ପ୍ରତିଯୋଗିତା ହୋଇ ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.