ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ରାଗିଂ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହ ଗ୍ରହଣ କରିଛି। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଅନୁସାରେ ଡେପୁଟି କଲେକ୍ଟର କୈବଲ୍ୟ କିଶୋର କର, ବନମାଳୀ ସେଠୀ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା . ସାଧନା ଦାସ ଓ ଦେବଗଡ଼ ଆଦର୍ଶ ଥାନା ପୋଲିସ ମହିଳା ସ୍ବାସ୍ଥ୍ୟକର୍ମୀ ଛାତ୍ରୀ ନିବାସରେ ପହଞ୍ଚି ଦୀର୍ଘ ୪ଘଣ୍ଟା ଧରି ଅଭିଯୋଗକାରି ଓ ସହପାଠୀଙ୍କୁ ଜେରା କରିଥିଲେ।ଆଜି ପୀଡ଼ିତା ଛାତ୍ରୀ ଙ୍କ ଅଭିଭାବକ ଛାତ୍ରୀ ନିବାସରେ ପହଞ୍ଚି ନିଜ ଝିଅର ନାମ କାଟି ଘରକୁ ନେଇଯିବା ପାଇଁ ସ୍ଥିର କରିଥିଲେ ଓ ଶିକ୍ଷା ଅନୁଷ୍ଠାନକୁ ଯାଇ ତାଙ୍କ ନାମ କାଟି ଦେବା ପାଇଁ ଅନୁରୋଧ କରିଥିଲେ। ତଦନ୍ତକାରୀ ଅଫିସରମାନେ ତାଙ୍କୁ ବୁଝାସୁଝା କରିଥିଲେ ଓ ତଦନ୍ତ ସରିବ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଅନୁରୋଧ କରିଥିଲେ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଭୋଜପୁର ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟଲାବାହାଳ ଗ୍ରାମର ବିବାହିତ ଆଦିବାସୀ ଛାତ୍ରୀ କଳ୍ପନା କିସାନ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇ ହଷ୍ଟେଲ ରେ ରହି ପାଠ ପଢ଼ୁଥିଲେ। ଉକ୍ତ ହଷ୍ଟେଲ ରେ ରହୁଥିବା ୪ଜଣ ସିନିୟର୍ ଛାତ୍ରୀ ତାଙ୍କୁ ୩ମାସ ହେବ ବିଭିନ୍ନ ପ୍ରକାରର ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ କଳ୍ପନା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ ଓ ଆଣ୍ଟରାଗିଂ ସ୍କ୍ୱାର୍ଡ ନିକଟରେ ଅଭିଯୋଗ କରି ଅନୁଷ୍ଠାନ ରୁ ନାମ କାଟି ଦେବାକୁ ଅନୁରୋଧ କରିଥିଲେ।
ତଦନ୍ତକାରି ଅଧିକାରୀ ମାନେ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଓ ତଦନ୍ତରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।
Sign in
Sign in
Recover your password.
A password will be e-mailed to you.