ସରକାରୀ ଉଚ୍ଚ ବିଦ୍ୟାଳୟ , ରାଣୀପେଣ୍ଠଠାରେ ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

8

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ , ରାଣୀପେଣ୍ଠଠାରେ ଆଜି ଅପରାହ୍ନ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି ପକ୍ଷରୁ ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାନ୍ୟବର ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତିର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ୧. ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ : ଏହି ଅଭିଯାନ ଅନ୍ତର୍ଗତ ୧୦୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ପ୍ରଣୀତ ଆଶା (ସଚେତନତା, ସହଯୋଗ, ସହାୟତା ଓ କାର୍ଯ୍ୟାନୁଷ୍ଠାନ) ମାନକ କାର୍ଯ୍ୟ ପରିଚାଳନା ପଦ୍ଧତି, ୨୦୨୫ ସମ୍ପର୍କରେ ସଚେତନତା।
୨. ଶିଶୁମାନଙ୍କ ନିମନ୍ତେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଡନ୍ ପକ୍ଷକାଳୀନ ସଚେତନତା ଅଭିଯାନ : ଶିଶୁ ଦିବସ–୨୦୨୬ ଅବସରରେ ଶିଶୁମାନଙ୍କ ଅଧିକାର , ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ସଚେତନତା।
୩. ସୁରକ୍ଷିତ ବାଲ୍ୟକାଳ ଅଭିଯାନ : ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ ସମ୍ବନ୍ଧୀୟ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆଇନ)ର କାର୍ଯ୍ୟକାରିତା ନିମନ୍ତେ ଦେଶବ୍ୟାପୀ ବିଦ୍ୟାଳୟସ୍ତରୀୟ ସଚେତନତା ଅଭିଯାନ ସମ୍ପର୍କରେ ଆଲୋଚନା।
୪. ମୌଳିକ କର୍ତ୍ତବ୍ୟ ଓ ବିଭିନ୍ନ ଆଇନ ସମ୍ପର୍କରେ ସଚେତନତା : ଭାରତୀୟ ସମ୍ବିଧାନର ମୌଳିକ କର୍ତ୍ତବ୍ୟ, ପୋକ୍ସୋ ଆଇନ, ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ସମ୍ବନ୍ଧୀୟ କିଶୋର ନ୍ୟାୟ ଆଇନ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ (ପୋଶ୍ ଆଇନ) ବିଷୟଗୁଡ଼ିକ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ଅବସରରେ ନିମ୍ନଲିଖିତ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ବିଭିନ୍ନ ଆଇନଗତ ବିଷୟ ଉପରେ ସଚେତନ କରାଇଥିଲେ।
ଏହି ଅବସରରେ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ସମାଜସେବୀ , ପାରଳାଖେମୁଣ୍ଡି , ଶ୍ରୀ ରାମମୂର୍ତ୍ତି , ପ୍ରଧାନ ଶିକ୍ଷକ , ସରକାରୀ ଉଚ୍ଚ ବିଦ୍ୟାଳୟ , ରାଣୀପେଣ୍ଠ , କାଶୀନଗର ବ୍ଲକ , ଶ୍ରୀ ରମଣ, ଶିକ୍ଷକ
ଏଥିସହିତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକମାନେ ମଧ୍ୟ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ବାଲ୍ୟ ବିବାହର କୁପରିଣାମ , ଏହାର ନିରାକରଣ , ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା , ଯୌନ ଶୋଷଣରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା , ମହିଳାଙ୍କ ସମ୍ମାନ ଓ ସୁରକ୍ଷା ତଥା ନାଗରିକମାନଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଏଥିସହିତ ଆଇନଗତ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉପଲବ୍ଧ ନିଃଶୁଳ୍କ ଆଇନ ସହାୟତା ଓ ପରାମର୍ଶ ସମ୍ପର୍କରେ ମଧ୍ୟ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବାଲ୍ୟ ବିବାହ ନିରାକରଣ , ଶିଶୁମାନଙ୍କ ସୁରକ୍ଷା , ମହିଳାଙ୍କ ଅଧିକାର ଏବଂ ସମାଜରେ ଆଇନ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିବା।

Leave A Reply

Your email address will not be published.