ନୂତନ ଜିଲ୍ଲା ସ୍ତରୀୟ ସଂଘ “ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡ଼ିଷ୍ଟ୍ରିକ୍ଟ”ର ଶୁଭ ଉଦଘାଟନ

0

ରାୟଗଡ(ସରୋଜ କୁମାର ସାହୁ): ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା। ଆଜିର ଏହି ପବିତ୍ର ଦିନ ଅବସରରେ “ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡ଼ିଷ୍ଟ୍ରିକ୍ଟ”ର ଶୁଭ ଉଦଘାଟନ ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଷ୍ଟ୍ରଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉଦଘାଟନୀ ସଭାକୁ ସଂଘର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଓ ନିୟମଗିରି ନିଉଜ ଚ୍ୟାନେଲର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବି. କାନ୍ତରାଓ ଯୋଗଦେଇ “ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଡ଼ିଷ୍ଟ୍ରିକ୍ଟ”ର ଉତ୍ତରୋତର କାମନା କରିବା ସହ ଆଗାମୀ ଦିନ ମାନଙ୍କରେ ସଂଘକୁ ସୁଦୃଢ଼ କରିବା ଏବଂ ସମାଜ ଓ ସାମ୍ବାଦିକଙ୍କ ହିତରେ କାର୍ଯ୍ୟମାନ କରିବାକୁ ପରାମର୍ଶ ଦେଇଥିଲେ । ଏହିଅବସରରେ ସଂଘର ସଭାପତି ଶ୍ରୀ ଖାଡାଙ୍ଗା ସଂଘକୁ ଏକ ସୁଗଠିତ ସଂଘ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ ଜାରି ରହିଥିବା କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିର ଏହି ଉଦଘାଟନ ସଭାରେ ସମସ୍ତ ଅତିଥୀଙ୍କ ଦ୍ୱାରା ଉଦଘାଟନୀ କ୍ୟାକ କଟା ଯାଇଥିବା ବେଳେ ସାଇପ୍ରିୟା ୱେଲଫର ଷ୍ଟ୍ରଟ ପରିସରରେ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଉକ୍ତ ସଭା କାର୍ଯ୍ୟକୁ ସଂଘର ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ଉପ ସଭାପତି ଶ୍ରୀ ଶ୍ରୀନିବାସ ବଳିୟାର ସିଂ, ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀନାଥ ତାଡିଙ୍ଗି, କେ. ନିଳିମା, ରୋହିତ ଜେନା ଓ ଆର. ରାମ ପ୍ରକାଶ ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.