ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଦେବଗଡ଼ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିବସ ପାଳିତ ହୋଇଯାଉଛି। ଆଜି ପୂର୍ବାହ୍ନରେ ଜିଲ୍ଲା ଓକିଲ ସଂଘ ସଭାପତି ସଚ୍ଚିକାନ୍ତ ଦାଶ ଙ୍କ ନେତୃତ୍ୱ ରେ ଜିଲ୍ଲା ଓକିଲ ସଂଘ ର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୧୨ଦଫା ଦାବି ସମ୍ମିଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ ପଶ୍ଚିମ ଓଡ଼ିଶାର ଜନସାଧାରଣ ଙ୍କ ସୁବିଧା ଦୃଷ୍ଟିରୁ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଇଥିବାବେଳେ ଏହାକୁ ଶୀଘ୍ର କରିବା ପାଇଁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ ଦାବୀ କରଯାଇଛି। ତେବେ ଏହାକୁ ଅତି ଶୀଘ୍ର କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.