ପଦ୍ମପୁର- ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ରନ୍ଧା ହେଉଥିବା ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସମାରପାଲି ଓ ଗୁଣ୍ଡିଚାପାଲି ଠାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ସମାରପାଲି ଠାରେ ୧୮୦୦ ଲିଟର ମହୁଲ ପୋଚ ସହ ୬୦ ଲିଟର ମଦ ଜବତ କରାଯାଇଥିଲା ଏବଂ ଗୁଣ୍ଡିଚାପାଲି ଠାରେ ୮୦ ଲିଟର ରନ୍ଧାମଦ ଜବତ କରିବା ସହ ଦିଲ୍ଲୀପ ରଣା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଉଥିବା ପଦ୍ମପୁର ଅବକାରୀ ଥାନା ଏସଆଇ ଏଚ ଜଗା ରାଓ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ମୁକେଶ ବିଶ୍ବାଲ,ପ୍ରଶାନ୍ତ ବାଗ,ନବବତି ମଲ୍ଲିକ, ସୁବାଷିନୀ ଭୋଇ ଓ ରାକେଶ ସାହୁ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.