ଉମରକୋଟ/ଜିତେନ୍ଦ୍ର ମହାନ୍ତି – ଉମରକୋଟ ପୈାର ପରିଷଦର ୱାର୍ଡ ନଂ ୫ ରେ ସାମାନ୍ୟ ବର୍ଷା ହେବା ମାତ୍ରେ ରାସ୍ତାରେ ଜମି ଯାଉଛି ପାଣି। ଏଥି ସହ କଚ୍ଚା ସଡ଼କ ହୋଇ ଥିବାରୁ ବର୍ଷା ହେବା ମାତ୍ରକେ କାଦୁଅ ପଚପଚ ହୋଇ ଯିବାଆସିବାରେ ବହୁ ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ୱାର୍ଡ ବାସୀ। ଏହି ୱାର୍ଡରେ ଅନେକ ସ୍ଥାନରେ ପକ୍କା ରାସ୍ତା ଓ ଡ୍ରେନ ନଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି। ଏଥି ପାଇଁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକ ଆଘାତ ପ୍ରାପ୍ତ ମଧ୍ୟ ହେଉଛନ୍ତି। ଖାଲି ସେତିକି ନୂହେଁ ପାଣି ଜମି ରହୁଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ମଧ୍ୟ ବଢିବାରେ ଲାଗିଛି। ଫଳରେ ଲୋକେ ରୋଗାକ୍ରାନ୍ତ ହୋଇ କଷ୍ଟ ଭୋଗ ମଧ୍ୟ କରୁଛନ୍ତି। ଏହି ୱାର୍ଡରୁ ବର୍ତ୍ତମାନ ପୌର ଉପାଧ୍ୟକ୍ଷ ଥିବା ସୁଧାଂଶୁ ଦାସ ପ୍ରତିନିଧିତ୍ଵ କରୁଥିବା ବେଳେ ୱାର୍ଡର ସମସ୍ୟା ସମାଧାନ ନହେବା ଦୁଃଖର ବିଷୟ। ତୁରନ୍ତ ଏହି ୱାର୍ଡର ସମସ୍ୟା ପ୍ରତି ଧ୍ୟାନ ଦେଇ ସମାଧାନ କରିବା ପାଇଁ ୱାର୍ଡ଼ ବାସୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post