ତାମିଲନାଡୁ ମାନସିକ ରୋଗୀଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା. ଫେରାର ସାମ୍ବାଦିକ କଲେ ଆତ୍ମସମର୍ପଣ

0

ଭଦ୍ରକ(ସୀତାକାନ୍ତ ପାଢ଼ୀ)-:ପୀରହାଟ ଥାନା ଅଧିନ ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା ,ଜଣେ ମାନସିକ ଅନାଗ୍ରସର ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ମାଡ ମରାଯାଉଥିବା ଭିଡ଼ିଓ ଏବେ ଭାଇରଲ ହେଉଛି. ମାନସିକ ରୋଗୀ ଜଣଙ୍କୁ ଅନ୍ୟରାଜ୍ୟରେ ହୋଇଥିବା ବେଳେ କିଛି ଲୋକ ତାଙ୍କୁ ଗଛରେ ବାନ୍ଧିଛନ୍ତି. ସବୁଠୁ ବଡ କଥା ମାନସିକ ରୋଗୀଙ୍କୁ ଜଣେ ସାମ୍ବାଦିକ ମାଡ ମାରୁଥିବା ବେଳେ ଏହି ଦୃଶ୍ୟ ଭାଇରାଲ ଘଟଣା କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିଛନ୍ତି |ମାନସିକ ଅନାଗ୍ରସର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସାମାଜିକ ସଂଗଠନର ଯୁବକ ତାଙ୍କୁ ଥାନାରେ ପହଞ୍ଚାଇଛନ୍ତି| ଏନେଇ ପୀରହାଟ ଥାନା ରେ ଦୁଇଗୋଟି ମାମଲା ରୁଜୁ ହୋଇଛି. ମାନସିକ ଅନାଗ୍ରସର ବ୍ୟକ୍ତିଙ୍କ ଢେଲା ମାଡ଼ରେ ଜଣେ ଆହତ ହୋଇଥିବା ବେଳେ ଅଭିଯୋଗ ମୂଳେ ପୀରହାଟ ଥାନାରେ 97/22ମାମଲା ୠଜୁହୋଇଛି. ମାନସିକ ରୋଗୀ ବ୍ୟକ୍ତିଙ୍କୁ ଅଟକ ରହିଛି ଅନ୍ୟପଟେ ଭିଡ଼ିଓ ଭାଇରାଲ ହେବା ପରେ ଥାନା ପୋଲିସ 98/22ମାମଲା ୠଜୁକରି ତଦନ୍ତ ଚଳାଇଛି. ମିଳିଥିବା ଖବରରୁ ଜଣାଯାଏ ପୀରହାଟ ଥାନା ଅଧିନ ଗନ୍ଦରପୁର ଲେବୁଲ କ୍ରସିଂଙ୍ଗ ନିକଟରେ ଜଣେ ତାମିଲ ଲୋକ ବୁଲୁଥିବା ବେଳେ ସେହିଗାଁ ର ଯୁବକ ଅଶ୍ବିନୀ ଦାସ ତାଙ୍କୁ ଦେଖି କିଏ ବୋଲି ପଚାରିଥିଲା ସେ ତାମିଲ ଭାଷାରେ କିଛି କହିଥିଲା ମାତ୍ର ଯୁବକଙ୍କ କଥାରେ କୋୖଣସି କାରଣ ନପାଇଁ ତାମିଲ ଲୋକ ରାଗିଯାଇ ଏକ ଟେକା ମାରିଥିଲେ ଟେକାଟି ଯୁବ ଆଖିରେ ବାଜି ଥିଲା ଏବଂ ରକ୍ତ ବାହାରିଥିଲା ଯାହାକୁ ନେଇ ଯୁବକ ସମ୍ପର୍କୀୟ ଏକ ଗଛରେ ବାନ୍ଧିଦେଇଥିଲେ, ପରେ ଜଣେ ସାମ୍ବାଦିକ ତାଙ୍କୁ ପିଟୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା! ଭିଡିଓ ଭାଇରଲ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସାମ୍ବାଦିକ ସଞ୍ଜୟ ଦାସ ଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରିଥିବା ବେଳେ ସଞ୍ଜୟ ଫେରାର ହେଇ ଯାଇଥିବା ବେଳେ ଆଜି ସାବରଙ୍ଗ ଥାନାରେ ଆତ୍ମସମର୍ପଣ କରିଛି ! ସଞ୍ଜୟ କୁ ଆଜି ସାବରଙ୍ଗ ପୋଲିସ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି !

Leave A Reply

Your email address will not be published.