କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ବାତିଲ କରିବା ଦାବି

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆମ ଦେଶରେ ବେକାରୀର କରାଳ ରୂପ କୋଟି କୋଟି ଯୁବ ପ୍ରାଣକୁ ହସ୍ତସନ୍ତ କରିଚାଲିଛି l ବେକାରୀ ଜନିତ ଦରିଦ୍ରତାର କଷାଘାତରେ ଅବର୍ଣ୍ଣନୀୟ ଦୁଃଖ ଓ ଦୁର୍ଦଶା ଭିତରେ କାଳାତିପାତ କରିବାକୁ ପଡୁଛି l ସରକାରଙ୍କ ପ୍ରତିଶୃତି ମୁତାବକ ବର୍ଷକୁ ୨ କୋଟିର ନିଯୁକ୍ତି ସୁଦୂର ପ୍ରସାରି l ତାପରିବର୍ତ୍ତେ ଅଗ୍ନିପଥ ନିଯୁକ୍ତି ନାମରେ ଭାରତୀୟ ସେନା ବାହିନୀରେ ପୁନଶ୍ଚ ନୂତନ ସ୍ବପ୍ନ ସାଉଁଟିବାକୁ କେନ୍ଦ୍ରସରକାରଙ୍କ ଯୋଜନା କୋଟି କୋଟି ବେକାର ଯୁବକ ଯୁବତୀମାନଙ୍କ ପାଇଁ ଉପହାସ ସଦୃଶ l ଏକ ପକ୍ଷରେ ଦେଶର ନିରାପତା ସଂପର୍କୀୟ ଅତ୍ୟନ୍ତ ସଂବେଦନଶୀଳ ବ୍ୟବସ୍ଥାକୁ ଅସ୍ଥାୟୀ ନିଯୁକ୍ତିର ଘୋଷଣା ଯୋଗୁ ଦେଶ ପ୍ରତି ଅବିଚାର କରାଯାଉଥିବା ବେଳେ ଅପର ପକ୍ଷରେ କୋଟି କୋଟି ଶିକ୍ଷିତ ବେକାରୀ ଯୁବକଯୁବତୀମାନଙ୍କର ଚାରି ବର୍ଷିଆ ନିଯୁକ୍ତି ବେକାରୀ ସମସ୍ୟାକୁ ଆହୁରି ଉତ୍କଟତର ଆଡକୁ ଟାଣିନେଇଯିବ l କେନ୍ଦ୍ର ସରକାରଙ୍କର ଏପରି ଏକ ସଂବେଦନଶୀଳ ଅଦୂରଦର୍ଶିତ ଲୋକଦେଖାଣିଆ ନିଷ୍ପତିରେ ଆପଣ ହସ୍ତକ୍ଷେପ କରି ଏହାକୁ ବାତିଲ କରିବାକୁ ଆମ୍ଭେମାନେ ନିବେଦନ କରୁଅଛି l ଏହା ଅଖିଳ ଭାରତ କୃଷକ ସଭା ତରଫରୁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ବାତିଲ କରିବା ନିମନ୍ତେ ଦାବି କରିଛନ୍ତି ସଂଯୁକ୍ତ କୃଷକ ଏକତା ମଞ୍ଚ ଓଡିଶା ତରଫରୁ ସଭାପତି ଶ୍ରୀ ନିବାସ ଲୁଝାର ସିଂହ( ଅଖିଳ ଭାରତ କୃଷକ ସଭା ) ଏବଂ ସଭା ଲୋକ l

Leave A Reply

Your email address will not be published.