ଉମରକୋଟ/ ଜିତେନ୍ଦ୍ର ମହାନ୍ତି : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ Accountant- cum-programmer ବିକାଶ ସାନା ଏମଡିଏମ ବିଲ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଲ କରିବା ପାଇଁ ସେ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ । ସରକାରଙ୍କ ଦ୍ଵାରା ବିଭିନ୍ନ ସ୍କୁଲ କୁ ଯୋଗାଣ କରାଯାଉଥିବା ମଧ୍ୟାନ ଭୋଜନ ଚାଉଳ ର ପରିବହନ କରାଯାଇଥିବା ବିଲ କରିବା ପାଇଁ ଏହି ଲାଞ୍ଚ ସେ ନେଉଥିଲେ । ମଧ୍ୟାନ ଭୋଜନ ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ପରିବହନ କଣ୍ଟ୍ରାକ୍ଟର ମୋହନ ଚୌରାସିଆ ଙ୍କ ପ୍ରତିନିଧି ଙ୍କୁ ଅଭିଯୁକ୍ତ ବିକାଶ ସାନା ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବାବେଳେ ଆଜି ଏକ ଲକ୍ଷ ଟଙ୍କା ଦେବାକୁ ସ୍ଥିର କରି ଅଫିସରେ ଟଙ୍କା ଦେବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ସମ୍ପୃକ୍ତ କର୍ମଚାରୀଙ୍କୁ ଧରିଥିଲେ । ଏହାପରେ ତାଙ୍କ ଉମରକୋଟ ବ୍ଲକ ଅନ୍ତର୍ଗତ ସିଲାଟି ଗ୍ରାମରେ ଥିବା ବାସଭବନ ଏବଂ ନବରଙ୍ଗପୁର ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.