୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ବିଧାୟକ ପ୍ରତାପ ଜେନା

0

ପୁରାଣ ପ୍ରସିଦ୍ଧ ଜରିଆ ଝିଲ୍ଲୀ ର ଉନ୍ନତିକରଣ କାର୍ଯ୍ୟ ପାଇଁ ବି ନେଲେ ବୈଠକ

ମାହାଙ୍ଗା/ ଦେବେନ୍ଦ୍ର ଷଡ଼ଙ୍ଗୀ: ମାହାଙ୍ଗା ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଘରେ ଘରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମେଗା ପାନୀୟଜଳ ପ୍ରକଳ୍ପର ସମୀକ୍ଷା ସହ ପୁରାଣ ପ୍ରସିଦ୍ଧ ଜରିଆ ଝିଲ୍ଲୀ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଧାୟକ ଶ୍ରୀ ଜେନା ମାହାଙ୍ଗା ଅଞ୍ଚଳର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସ୍ଥଳ ପରିଦର୍ଶନ କରି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଭିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ବିଧାୟକ ଶ୍ରୀ ପ୍ରତାପ ଜେନା ପ୍ରଥମେ କୁଣ୍ଡି ପଂଚାୟତ ର ବିରୂପା ଗେଙ୍ଗୁଟି ନଦୀ ମଧ୍ୟରେ ହୋଇଥିବା ମେଗା ପ୍ରକଳ୍ପ ନିର୍ମାଣ ସ୍ଥଳୀ କୁ ଯାଇ କିପରି ଭାବେ ନିର୍ମାଣ କରାଯାଇଛି ଏହାକୁ ବୁଲି ଦେଖିବା ପରେ ମଧୁପୁର ପଂଚାୟତ ପରିଦର୍ଶନ କରି ମେଗା ପ୍ରକଳ୍ପ ସମସ୍ତ ନିର୍ମାଣ କାର୍ଯ୍ୟ ଦେଖିବା ପରେ ମେଗା ପ୍ରକଳ୍ପ ଅଧିକାରୀ ଙ୍କ ଠାରୁ ମେଗା ପ୍ରକଳ୍ପ ଉପରେ ପଚାରି ବୁଝିଥିଲେ । ଏପରିକି ଏକ ସଭାରେ ଯୋଗଦେଇ ଏହି ପ୍ରକଳ୍ପ ଦ୍ୱାରା କିପରି ଲୋକମାନେ ଯଥାଶୀଘ୍ର ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ପାଇପାରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନାଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ , ମାହାଙ୍ଗା ବ୍ଲକ ଅଧକ୍ଷା ଦିପା ମଲିକ , ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ସଭ୍ୟ ମୃସିଦ ରିୟାଜୁଲ ହୋଦା, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ସରପଞ୍ଚ ରବୀନ୍ଦ୍ର ବାଘ, ପ୍ରିତମ କାନୁନଗୋ, ଜୟନ୍ତ ବିଶ୍ୱାଳ , ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର,ତ୍ରିନାଥ ଜେନା, ସରପଞ୍ଚ ମମତା ସୁତାର, ସମିତି ସଭ୍ୟ ଦୁର୍ଗା ପ୍ରସାଦ ବାରିକ, ସଦାଶିବ ଦାସ , ରଜନୀକାନ୍ତ ପରିଡା ସମେତ ବହୁ ବିଜେଡି କରି ଉପସ୍ଥିତ ଥିଲେ। ସେହିପରି ଭାବେ ମାହାଙ୍ଗା ପଂଚାୟତ ଗ୍ରସ୍ତ କରି ଜରିଆ ଝିଲି ର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ । ତେବେ ମାହାଙ୍ଗା ରେ ଲୋକମାନଙ୍କ ପାଇଁ ସୁଖ ଦୁଃଖର ସାଥି ହୋଇ ସବୁବେଳେ ସବୁ ସମୟରେ ବିକାଶମୂଳକ କାର୍ଯ୍ୟ କୁ ଅଧିକ ଗୁରୁତ୍ୱ ଦେଇ ଆସିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା।

Leave A Reply

Your email address will not be published.