ଉମରକୋଟ-/ ଜିତେନ୍ଦ୍ର ମହାନ୍ତି )-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡି ଗୁଡା ପଞ୍ଚାୟତର ଦଲଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାମୁଁ ଘରକୁ ବୁଲିବାକୁ ଆସିଥିବା ବେଳେ ସାପ କାମୁଡାରେ ମୃତ୍ୟୁ ବରଣ କରିଛନ୍ତି ଜଣେ ନାବାଳକ। ନାବାଳକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧି ଗୁଡା ପଞ୍ଚାୟତର ରଙ୍ଗମାଟି ଗୁଡା ଗାଁ ର ଦେବ ଭୂମିଆ ଙ୍କ ପୁଅ ଅର୍ଜୁନ ଭୂମିଆ (୧୪)। ଅର୍ଜୁନ ସପରିବାର ସହିତ ମାମୁଁ ଘରକୁ ବୁଲିବାକୁ ଆସିଥିଲେ। ରାତିରେ ଖାଇ ସାରି ସମସ୍ତେ ଶୋଇଥିଲେ। ଠିକ ରାତି ସାଢ଼େ ବାରଟା ସମୟରେ ଅର୍ଜୁନ ପାଟି କରିବାରୁ ଘର ଲୋକ ସମସ୍ତେ ଉଠି ପଡ଼ି ଦେଖିଲେ ଯେ ଏକ ବିଷାକ୍ତ ସାପ ଅର୍ଜୁନ ଙ୍କୁ କାମୁଡି ଦେଇଛି।ସାପଟି ଅର୍ଜୁନ ଙ୍କ କାନ ପାଖରେ କାମୁଡି ଦେଇଥିଲା। ପରିବାର ଲୋକେ ଅଟୋ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅର୍ଜୁନର ମୃତ୍ୟୁ ହୋଇଥିଲା। ଏନେଇ ଡାକ୍ତର ପୋଲିସ କୁ ସୂଚନା ଦେଇଥିଲେ।ପରେ ଅର୍ଜୁନର ବାପା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ କରାଇଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
Sign in
Sign in
Recover your password.
A password will be e-mailed to you.