ପଦ୍ମପୁର-ସରକାର ଗମନା ଗମନ କୁ ପ୍ରାଧାନ୍ୟ ଦେବା ସହ କୋଟି କୋଟି ଅର୍ଥ ବିନିମୟ ରେ ରାସ୍ତା ମାନ ନିର୍ମାଣ କରୁଛନ୍ତି, ହେଲେ କିଛି ଲାଞ୍ଚୁଆ ଅଧିକାରୀ ଙ୍କ ଠିକାଦାର ପୋଷା ନୀତି ଓ ହାତ ଗୁଞ୍ଜ ପାଉଣା ର ଲୋଭ ସବୁ ଯୋଜନା କୁ ଭୁମିସ୍ଥ ହେବା ଆଗରୁ ହିଁ ଭୂମି ଗସ୍ତ କରି ଦେଉଛନ୍ତି। ସେହି ପରି ପଦ୍ମପୁର ର ୱାର୍ଡ ନମ୍ବର ୦୨ ଅଧିନସ୍ଥ ଶାନ୍ତିନଗର ହେଉଛି ଅଞ୍ଚଳ ର ଏକ ମୁଖ୍ୟ ଓ ବହୁ ଯାତାୟାତ ହେଉଥିବା ଅଞ୍ଚଳ। ନିକଟସ୍ଥ ପ୍ରାୟ ୨୦ ରୁ ୨୫ ଟି ଗ୍ରାମ କି ସହର ସହ ଯୋଡିବା ସହ ଏହି ଅଞ୍ଚଳ ରେ ବାସ ବାସ ଲରିଥିବା ଜନସାଧରଣ ତଥା ଶିକ୍ଷକ ଭବନ ଓ ବି.ଏସ.ଏନ.ଏଲ. କାର୍ଯ୍ୟାଳୟ ସହ ସ୍କୁଲ କଲେଜ ଯିବା ପାଇଁ ପ୍ରାୟ ଏହି ରାସ୍ତା ଦେଇ ଲୋକେ ପ୍ରତି ଦିନ ଗମନା ଗମନ କରୁଥିବା ବେଳେ ମାତ୍ର ଗୋଟିଏ ବର୍ଷ ଆଗରୁ ନିର୍ମିତ ଶାନ୍ତିନଗର ଠାରୁ ଲୁହାରପାଲି ରାସ୍ତା ଅତ୍ୟନ୍ତ ଦୁର୍ଦ୍ୱୟ ଓ ଜରାଜୀର୍ଣ୍ଣ ହୋଇ ପଡିଛି। ଲୋକଙ୍କ ସୁବିଧା ପାଇ ନିର୍ମିତ ଏହି ରାସ୍ତା ରେ ବର୍ତ୍ତମାନ ହୋଇଥିବା ଗାତ ଖାଳ ପ୍ରତି ଦିନ ଲୋକଙ୍କୁ ମରଣ ଜନ୍ତା ମୁଖ କୁ ପଠାଇବାର ନିମିତ୍ତ ପାଲଟିଛି। ଆଗାମୀ ଜୁଲାଇ ୦୧ ତାରିଖ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତି ଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଥିବା ବେଳେ ରଜାପଡା ମନ୍ଦିର ରୁ ଠାକୁର ଙ୍କ ରଥ ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର କୁ ଏହି ରାସ୍ତା ଦେଇ ଯିବାକୁ ଥିବା ବେଳେ ଯଥା ଶୀଘ୍ର ସମ୍ଭର ଏହି ରାସ୍ତା ର ମରାମତି କରିବା ପାଇଁ ଏହି ୱାର୍ଡ ର କାଉନ୍ସିଲର କୁନାଲ ପାଣିଗ୍ରାହୀ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ପତ୍ର ମାଧ୍ୟମ ରେ ଦାବି ଜଣାଇବା ସହ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ ମଧ୍ୟ ମେଲ ମାଧ୍ୟମ ରେ ପତ୍ର ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post