ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ଗ୍ରାମ ପଞ୍ଚାୟତ ଫତେପୁର ଗ୍ରାମର ବିଷ୍ଣୁଚରଣ ସିଂ ୪୭ ବର୍ଷ ସାଇକେଲ ଯୋଗେ ଆସୁଥିବା ବେଳେ ତିଳକଣା ପଂଚାୟତ ଅଫିସ ସମ୍ମୁଖରେ ଏକ ବାଲି ବୋଝେଇ ଟ୍ରକ ପିଟି ହୋଇଯିବା ଯୋଗୁଁ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ଙ୍କୁ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲ କୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା । ତେବେ ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକେ ଦେମାଣ୍ଡ ବାଲି ଘାଟ ସାମ୍ନାରେ ଧାରଣା ପ୍ରଦର୍ଶନ କରିବା ସହ ବହୁ ସମୟ ଧରି ରାସ୍ତା ରୋକ କରିଥିଲେ । ବହୁତ ସମୟ ଗଲାପରେ ସ୍ଥାନୀୟ ତହସିଲଦାର କର୍ଣ୍ଣଦେବ ସମାଦାର , ପୋଲିସ ପ୍ରଶାସନ ପହଁଚି ଘଟଣାର ବୁଝାସୁଝା କରିଥିଲେ । କିନ୍ତୁ ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତା ରୋକକୁ ଅବ୍ୟହତ ରଖିବା ସହ ବିଡ଼ିଓ ଙ୍କୁ ଚଲାଇ ଚଲାଇ ବାଲି ଘାଟ କୁ ନେଇଥିଲେ । ତେବେ ପ୍ରଶାସନ ତରଫରୁ କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିବା ସହ ବାଲି ଘାଟ କୁ ବନ୍ଦ କରିବା ପାଇଁ ଦାବି କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତର ସହ ନେବା ସହ ଉଚ୍ଚ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକେ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ଆଉ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.