କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ସରପଞ୍ଚ ସରସ୍ଵତୀ ଠାକୁର ଏବେ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି। ବକ୍ସମା ପଞ୍ଚାୟତ ବିଭିନ୍ନ ଜାଗାରେ ମନରେଗା କାର୍ଯ୍ୟ, ବିଭିନ୍ନ ସଂସ୍ଥା ପକ୍ଷରୁ ଚାଲିଥିବା କାର୍ଯ୍ୟକୁ ଏବେ ସରପଞ୍ଚ ସରସ୍ଵତୀ ତଦାରଖ କରିବାକୁ ବାହାରି ନିଜେ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ନିକ୍ତିମାଲ ଗ୍ରାମରେ ଏବେ ଏକ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଅଛି। ଏଥିରେ ମେଟାଲିଂ କାର୍ଯ୍ୟ ଚାଲିଥିବାବେଳେ ସରପଞ୍ଚ ଠାକୁର କାମ ତଦାରଖ ପାଇଁ ସେଠାରେ ପହଂଚିଥିଲେ | ଶ୍ରମିକମାନେ ବାଲି ଓ ମେଟାଲ ବୋହି ମିକ୍ସଚର ମେସିନରେ ଭର୍ତ୍ତି କରୁଥିବା ଦେଖିଥିଲେ। ଲୋକଙ୍କ ଏହି କଷ୍ଟ କାର୍ଯ୍ୟକୁ ଦେଖି ଖୋଦ୍ ସରପଞ୍ଚ ନିଜେ ସହଯୋଗ କରିବା ପାଇଁ ଲୋକଙ୍କ ସହ ମିଶି ବାଲି ଓ ମେଟାଲ ବୋହିବା ଆରମ୍ଭ କରିଦେଇଥିଲେ। କିଛି ସମୟ ପରେ ସମସ୍ତେ ମିଶି ତାଙ୍କୁ ଏପରି ନ କରିବାକୁ ଅନୁରୋଧ କରିଥିଲେ। ଏହି ପରି ଜନତାଙ୍କ ସହ ମିଶି କାର୍ଯ୍ୟ କରୁଥିବାରୁ ସରପଞ୍ଚ ସରସ୍ଵତୀ ଠାକୁର ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post