ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାର ଉପରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଜଣେ ବାଇକ ଆରୋହି ଯାହାର ଗାଡି ନଂ OD-o5 AA9859 ହିରୋ ଗ୍ଲାମରକୁ ଏକ ଟ୍ରକ ଯାହାର ନଂ OR 09 D 8659 ଧକ୍କା ଦେବା ଫଳରେ ବାଇକ ଆରୋହି ଗୁରୁତର ହୋଇ ପଡ଼ିଥିଲେ।ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଗୁରୁତ୍ତର ଙ୍କୁଆମ୍ବୁଲାନ୍ସ ଯୋଗେ ବଡ଼ମେଡିକାଲ କଟକ କୁ ସ୍ଥାନାନ୍ତରିତ କରାଯାଇଥିଲା।ଘଟଣା ସ୍ଥଳରେ ମୃଦୁ ଉତ୍ତେଜନା ଦେଖାଯାଇ ଥିଲା। ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳରେପହଂଚି ସ୍ଥିତି କୁ ଆୟତ୍ତ କରିବା ସହିତ ଟ୍ରକ କୁ ଜବତ କରିଛି। ତେବେ ନିଶ୍ଚିନ୍ତକୋଇଲି ବଜାର ରେ ଟ୍ରାଫିକ ସମସ୍ୟା ରହିଥିବା ହେତୁ ପ୍ରତ୍ୟକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ ଲୋପପାଉଛି ବୋଲି ବୁଦ୍ଧିଜୀବି ମହଲରେ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.