ଜ଼ିଲ୍ଲା କରଣ ସମାଜ ର ଚିତ୍ରଗୁପ୍ତ ପୂଜା ଓ ବାର୍ଷିକ ଅଧିବେଶନ

10

ବଲାଙ୍ଗୀର ଜ଼ିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି (କରଣ ସମାଜ ) ତରଫରୁ ସ୍ଥାନୀୟ ନରସିଂହ ମନ୍ଦିର ଠାରେ ଥିବା ଚିତ୍ରଗୁପ୍ତ ମନ୍ଦିର ପରିସରରେ ଶ୍ରୀ ଚିତ୍ରଗୁପ୍ତଦେବ ଙ୍କ ପୂଜା ସମାରୋହ ଓ ସମାଜ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସକାଳେ କଳସ ଶୋଭାଯାତ୍ରା ପରେ ଶ୍ରୀମତୀ ଯ।ଜ୍ଞସେନୀ ଓ ଶ୍ରୀ ନିରଞ୍ଜନ ପଟ୍ଟନାୟକ କର୍ତ୍ତା ଭାବେ ପୂଜା ଓ ହୋମ ସମ୍ପାଦନ କରିଥିଲେ। ପୂଜାରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କାଉନସିଲର ନନ୍ଦିନୀ ପୋଢ଼ ଯୋଗଦାନ କରିଥିଲେ।ମଧ୍ୟାହ୍ନରେ ସମାଜ ର ସଭାପତି ପ୍ରିତମ କୁମାର ବକ୍ସି ଙ୍କ ସଭାପତିତ୍ୱରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଅଶ୍ୱିନୀ ପଟ୍ଟନାୟକ, କୋଷାଧ୍ୟକ୍ଷ ମାନସ ବହିଦାର, ବିଜୟ ପଟ୍ଟନାୟକ, କାଞ୍ଚନମଣି ଦାନୀ, ଶଙ୍କର ପଟ୍ଟନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ। ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ପ୍ରଦାନ କରାଯାଇ ଥିଲ। । ସସ୍ମିତା ନେପାକ ଓ ସ୍ୱରୂପ କୁମାର କୁଅଁର ପ୍ରତିଯୋଗିତା ପରିଚାଳନା କରିଥିଲେ।

Leave A Reply

Your email address will not be published.