ଓଡ଼ିଶାରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଗୋଷ୍ଠୀ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛି ଏଏମ୍/ଏନ୍ଏସ୍ ଇଣ୍ଡିଆ
ବଡ଼ବିଲ, ନଭେମ୍ବର ୧୦, ୨୦୨୬: ଆର୍ସଲରମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ନିଜର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ପଦକ୍ଷେପ ପ୍ରକଳ୍ପ ‘ଆରୋଗ୍ୟ’ ଅଧୀନରେ ଓଡ଼ିଶାର ଖଣି ଅଞ୍ଚଳଗୁଡ଼ିକରେ ବ୍ୟାପକ ସ୍ତରରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଭିଯାନ ଆରମ୍ଭ କରିଛି। ଏହା ମାଧ୍ୟମରେ କମ୍ପାନୀ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଓ ଗୋଷ୍ଠୀ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରୁଛି। ସାଗାସାହି ଖଣି ନିକଟରେ ୨୦ ଦିନିଆ ଅଭିଯାନ ସଫଳତାର ସହ ଶେଷ ହେବା ପରେ, କମ୍ପାନୀ ପକ୍ଷରୁ ଠାକୁରାଣୀ ଖଣି ନିକଟସ୍ଥ କରା ବସ୍ତିରେ ମଧ୍ୟ ସମାନ ଧରଣର ୨୦ ଦିନିଆ ସଚେତନତା ଓ ମଶା ନିୟନ୍ତ୍ରଣ ଅଭିଯାନ ଆରମ୍ଭ କରାଯାଇଛି।
ଉଭୟ ସ୍ଥାନରେ ଏହି ପଦକ୍ଷେପଗୁଡ଼ିକ ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କରାଯାଉଛି। ଏହା ଅନ୍ତର୍ଗତ ଜମା ହୋଇ ରହିଥିବା ପାଣିରେ ଲାର୍ଭା ନାଶକ ଔଷଧ ସିଞ୍ଚନ, ମଶା ପ୍ରବଣ ଅଞ୍ଚଳରେ ଥର୍ମାଲ୍ ଫଗିଂ, ମଶାଙ୍କ ପ୍ରଜନନ ସ୍ଥଳୀ ନଷ୍ଟ କରିବା ପାଇଁ ପରିମଳ ଓ ବୁଦା ସଫେଇ ଅଭିଯାନ ସହିତ ମାଇକ୍ ରେ ପ୍ରଚାର, ଘରକୁ ଘର ଯାଇ ସଚେତନତା ଅଭିଯାନ ଏବଂ ବିଦ୍ୟାଳୟରେ ଶିକ୍ଷଣୀୟ ଅଧିବେଶନ ମାଧ୍ୟମରେ ବ୍ୟାପକ ଜନସମ୍ପର୍କ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଏହି ପଦକ୍ଷେପ ମାଧ୍ୟମରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ୨୩ଟି ଗ୍ରାମ, ୫,୫୦୦ରୁ ଅଧିକ ପରିବାର ଏବଂ ୨୭ଟି ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ସାମିଲ କରିବାକୁ ଯୋଜନା କରାଯାଇଛି। ମଶା ନିୟନ୍ତ୍ରଣ ପଦକ୍ଷେପ, ପରିବେଶ ପରିମଳ କାର୍ଯ୍ୟକଳାପ ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ୨୫,୦୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଏଥିରୁ ଉପକୃତ ହେବେ।
ସାଗାସାହି ଅଞ୍ଚଳ ନିକଟରେ ଏହି ଅଭିଯାନର ଶୁଭାରମ୍ଭ ୦୭ ଅକ୍ଟୋବର, ୨୦୨୬ରେ କୋଇଡ଼ା ବ୍ଲକ୍ର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ନାଏକଙ୍କ ଦ୍ୱାରା କରାଯାଇଥିଲା। ଏହି ଅବସରରେ କୋଇଡ଼ା ଥାନାର ଆଇଆଇସି ଶ୍ରୀ ରାଜେନ୍ଦ୍ର ସ୍ୱାଇଁ, କୋଇଡ଼ାର ବନାଞ୍ଚଳ ଅଧିକାରୀ ଶ୍ରୀ ଅସିତ କୁମାର ସାହୁ, କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ର ମେଡିକାଲ ଅଫିସର ଡାକ୍ତର ସନତ ପଶୁପାଳକ ଏବଂ ଡାକ୍ତର ଅନ୍ତର୍ଯ୍ୟାମୀ ଦାସ ଉପସ୍ଥିତ ଥିଲେ। ସେହିପରି, ଠାକୁରାଣୀଠାରେ ଆୟୋଜିତ ଅଭିଯାନର ଶୁଭାରମ୍ଭ ଏଏମ୍/ଏନ୍ଏସ୍ ଇଣ୍ଡିଆର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଅମିତ ଦୁବେ, ଠାକୁରାଣୀ ଖଣିର ପ୍ରବନ୍ଧକ ଶ୍ରୀ ଇନ୍ଦ୍ରକାନ୍ତ ସାହା ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ମେଡିକାଲ୍ ଅଫିସର ଡାକ୍ତର ସୁବ୍ରତ ଧଳଙ୍କ ଉପସ୍ଥିତିରେ କରାଯାଇଥିଲା। ଠାକୁରାଣୀ ନିକଟରେ ଆୟୋଜିତ ଏହି ଅଭିଯାନରେ ୱାର୍ଡ ନମ୍ବର ୧, ୨ ଓ ୩ ସମେତ ଟାଙ୍କୁରା ଗ୍ରାମକୁ ମିଶାଇ ମୋଟ ୮ଟି ଗ୍ରାମକୁ ସାମିଲ କରାଯିବ।
ପ୍ରକଳ୍ପ ‘ଆରୋଗ୍ୟ’ ମାଧ୍ୟମରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ନିଜର କାର୍ଯ୍ୟକ୍ଷେତ୍ର ଅଞ୍ଚଳଗୁଡ଼ିକରେ ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ନିରନ୍ତର ସୁଦୃଢ଼ କରିଆସୁଛି। ଜୀବନଯାପନ ପାଇଁ ସୁସ୍ଥ ଓ ସୁରକ୍ଷିତ ପରିବେଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କମ୍ପାନୀ ସ୍ଥାନୀୟ ଗୋଷ୍ଠୀ ଓ ବିଭିନ୍ନ ଅଂଶୀଦାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛି।