ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ହେଲା ସଫଳ; ଦୁବାଇରୁ ଫେରିଲେ ଅନିଲ ବରାଳ

0

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆଜି ଦୁବାଇରୁ ଫେରିଛନ୍ତି ଓଡିଆ ଯୁବକ ଅନିଲ କୁମାର ବରାଳ। ତାଙ୍କୁ ସ୍ବଦେଶ ଫେରାଇଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ମାର୍ଚ୍ଚ ୧୦ ତାରିଖରେ ପତ୍ର ଲେଖି ଶ୍ରୀଯୁକ୍ତ ପଣ୍ଡା ନିବେଦନ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମାଣିକପାଟଣା ଅର୍ନ୍ତଗତ କୁଢିପାଟଣା ଗ୍ରାମର କପିଳେନ୍ଦ୍ର ବରାଳଙ୍କ ପୁଅ ଅନିଲ ଦୁବାଇର ଏକ ଘରୋଇ କମ୍ପାନୀରେ ୧୧ ମାର୍ଚ୍ଚ ୨୦୨୧ରୁ କାମ କରୁଥିଲେ କିନ୍ତୁ ଗତ ୪ ମାସ ହେଲା କମ୍ପାନୀ ଦରମା ଦେଉନଥିଲା। ଅନିଲ ସ୍ବଦେଶ ଫେରିବାକୁ ଚାହୁଁଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ପାସ୍‌ପୋର୍ଟ ଓ ଆବଶକୀୟ କାଗଜପତ୍ର ଫେରାଉ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅର୍ଥ ଅଭାବରୁ ଅନିଲ ସେଠାରେ ଭୋକ ଉପାସରେ ବହୁ କଷ୍ଟରେ ଦିନ କାଟୁଥିଲେ। ଶେଷରେ ଉପାୟଶୂନ୍ୟ ପରିବାର ଲୋକ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ଅନିଲଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ। ଆଜି ଅଜିତ ନିଜ ଗ୍ରାମ କୁଢିପାଟଣାରେ ପହଞ୍ଚିବା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି। ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପାଇଁ ଅନିଲଙ୍କ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି ଏବଂ ଦୂତାବାସର ତ୍ବରିତ ପଦକ୍ଷେପ ପାଇଁ ଶ୍ରୀଯୁକ୍ତ ପଣ୍ଡା ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.