ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ୍ ସ୍ତରରେ କରିଛନ୍ତି ଅଦଳବଦଳ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଓ କ୍ରଟର ଦାୟିତ୍ୱ ଅତିରିକ୍ତ ଭାବେ ପ୍ରଦାନ କରାଯାଇଛି | ସୁନ୍ଦରଗଡ ଜିଲ୍ଲାପାଳ ଥବା ନିଖିଲ ପବନ କଲ୍ୟାଣଙ୍କୁ ସିଏମସି କମିଶନର ଭାବେ ଅବସ୍ଥାପିତ କରାଯାଇଛି |ସିଏମସି କମିଶନର ଥିବା ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଜେ.ସୋନାଲଙ୍କୁ ଦିଆଯାଇଛି ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବରେ ଦାୟିତ୍ବ ।
ସେହିପରି, ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲଙ୍କୁ ଜଳ ସଂପଦ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି | ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ , ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବାଲେଶ୍ୱର ଜିଲ୍ଲାପାଳ, ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ ଓ ସ୍ୱଧା ଦେବସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ଥିବା ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଂଜାମ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ହେଲେ ଭଦ୍ରକ ଓ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କୁ ଖୋର୍ଦ୍ଧା ଜିଲାପାଳ କନ୍ଧମାଳ ଜିଲାପାଳ ଡି ବୃନ୍ଦା ହେଲେ ଓଏସଏମ୍ସିଏଲ ପରିଚାଳନା ନିର୍ଦେଶକ। ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର। ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଓ ହେମକାନ୍ତ ସାଏ ହେଲେ ନୂଆପଡ଼ା ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି | ସେହିପରି ମଧୁସ୍ମିତା ସାହୁଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ ମିଳିଛି। ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ। ତ୍ରିଲୋଚନ ମାଝୀ ହେଲେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ। ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ନିର୍ଦେଶକଦାୟିତ୍ବ ମିଳିଛି। କୀର୍ତ୍ତି ଭାସନ ହେଲେ ଗଞ୍ଜାମ ପିଡି ଡିଆରଡିଏ। ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଥବା ବେଳେ ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ।
Sign in
Sign in
Recover your password.
A password will be e-mailed to you.
Prev Post