ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

0

ସୁବର୍ଣ୍ଣ ପୁର (ପ୍ରକାଶ ହାତୀ)- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନ ଲାଛିପୁର ଫାଣ୍ଡି ଶିଆଳି ଛକ ନିକଟରେ ବାଇକ ଦୁର୍ଘଟଣା ରେ ଜଣେ ମୃତ୍ୟୁ ଓ ଜଣେ ଗୁରୁତର। ମୃତକ ଜଣକ ହେଲେ ମହଦା ଗ୍ରାମର ପିତବସ ନାଏକ ବୋଲି ଜଣାଯାଏ।ସୂଚନା ଅନୁସାରେ ବିନିକା ବ୍ଲକ ମହଦା ଗ୍ରାମର ପୀତବାସ ନାଏକ ଓ ପଲସ୍ତି ବାଗ ଏକ ବାଇକ ଯୋଗେ କୌଣସି କାମରେ ଯାଇଥିଲା ।କାମ ସାରି ଘରକୁ ଫେରିବା ବେଳେ ଶିଆଳି ଛକ ନିକଟରେ ଗାଡିଟି ଭରସମ୍ୟ ହରାଇ ପଡିଯାଇଥିଲେ । ୧୦୮ ଆମ୍ବୁଲାନ୍ସ ରେ ଡୁଙ୍ଗୁରିପାଲି ଡାକ୍ତର ଖାନାକୁ ଆଣିଥିଲେ। ପୀତବାସ ନାଏକ ର ମୁଣ୍ଡରେ ଗଭୀ କ୍ଷେତ ହୋଇ ଥିଲା ଅଧିକ ରକ୍ତ ସ୍ରାବ ହେବାରୁ ପୀତବାସ କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ପଲସ୍ତି ବାଗ ଗୁରୁତର ଥିବାରୁ ବୁର୍ଲା ବଡ଼ ମେଡିକାଲ କୁ ପଠାଇ ଦିଆଯାଇଛି। ଖଵର ପାଇ ଲଛିପୁର ପୁଲିସ ଘଟଣା ସ୍ଥଳ କୁ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.