ଫଟୋ ସାମ୍ବାଦିକ ଧ୍ରୁବ ମିଶ୍ରଙ୍କ ପିତୃ ବିୟୋଗ

13

ଭୁବନେଶ୍ୱର, ତା ୨୪.୧୦.୨୬ ରିଖ:– ଶନିବାର ରାତ୍ର ୧୦ ଘଟିକା ୪୫ ମିନିଟ୍ ସମୟରେ ସୁନ୍ଦରପଦା ଅଞ୍ଚଳର ଭୁବନେଶ୍ୱର ମ୍ୟୁନିସିପାଲିଟୀର ଅବସର ପ୍ରାପ୍ତ କର୍ମଚାରୀ ଦୈତାରୀ ମିଶ୍ରଙ୍କ ବିୟୋଗ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ୭୯ ବର୍ଷ ବୟସରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେ ଇହଲୀଳା ସମ୍ବରଣ କରିଛନ୍ତି। 

ଏ ଦୁଃଖଦ ଖବର ସୁନ୍ଦରପଦା ଅଞ୍ଚଳ ସମେତ ପୁରୁଣା ଭୁବନେଶ୍ୱରରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମିଶ୍ର ଜଣେ ବନ୍ଧୁବତ୍ସଳ, ସ୍ନେହୀ, ପରୋପକାର ବ୍ୟକ୍ତି ଥିଲେ। ତାଙ୍କର ୪ଜଣ ପୁତ୍ରଙ୍କ ମଧ୍ୟରୁ ଧ୍ରୁବ ମିଶ୍ର ଫଟୋ ସାମ୍ବାଦିକ ଭାବେ ପ୍ରମେୟ, ଅନୁପମ ଭାରତ ଆଦି ଖବର କାଗଜରେ କାର୍ଯ୍ୟ କରିଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ – ବୋହୂ, ନାତି – ନାତୁଣୀ, ବନ୍ଧୁ ପରିଜନ ମାନେ ଉପସ୍ଥିତ ଥିବା ବେଳେ ସେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ, ଫଟୋ ସାମ୍ବାଦିକ ପ୍ରମୁଖ ସ୍ଵର୍ଗତଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

ତାଙ୍କ ଶେଷ କୃତ୍ୟ ସୁନ୍ଦରପଦା ଗ୍ରାମ ଶ୍ମଶାନରେ ସମ୍ପନ୍ନ ହେବ ଏବଂ ଜ୍ୟେଷ୍ଠ ପୁତ୍ର ମୁଖାଗ୍ନି ଦେବେ ବୋଲି ତାଙ୍କ ପରିବାର ପକ୍ଷରୁ ଧ୍ରୁବ ମିଶ୍ର ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସରେ ପରଲୋକଗତ ଦୈତାରୀ ମିଶ୍ରଙ୍କ ଧର୍ମପତ୍ନୀଙ୍କ ବିୟୋଗ ହୋଇଥିଲା।

Leave A Reply

Your email address will not be published.