ଠେଙ୍ଗାଧରାରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ, ୭ ଅଟକ

20


ବେଲଗୁଣ୍ଠା,୨୫/୧୦,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତେଙ୍ଗଧରା ଗ୍ରାମରେ ଦିବା ପାଟ୍ରୋଲିଂ ସମୟରେ ପୁଲିସ ଏକ ଜୁଆ ଆଡ୍ଡା ଠାବ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୋଗରେ ୭ ଜଣଙ୍କୁ ଅଟକ ରଖିଛି।ପୁଲିସ ସୂଚନା ଅନୁଯାୟୀ, ପାଟ୍ରୋଲିଂ କରୁଥିବା ଟିମ୍ ଠେଙ୍ଗାଧରା ଗ୍ରାମରେ ଜୁଆ ଖେଳ ଚାଲିଥିବା ଜାଣିବାକୁ ପାଇଥିଲା। ଏହାପରେ ଚଢ଼ଉ କରି ୭ ଜଣଙ୍କୁ ଅଟକ ରଖାଯାଇଥିଲା। ଅଟକ ବ୍ୟକ୍ତିମାନେ ହେଲେ ଠେଙ୍ଗାଧରା ଗ୍ରାମର ଅଭିରାମ ମହାକୁଡ଼ (୫୨), ପଦ୍ମଲୋଚନ ପ୍ରଧାନ (୩୭), ପବିତ୍ର ବେହେରା (୪୫), ସନାତନ ଗୌଡ଼ (୪୧) ଓ ନିରଞ୍ଜନ ନାୟକ (୫୮)। ସେହିପରି ସୁତୁମୁସର ଗ୍ରାମର ସନ୍ତୋଷ କୁମାର ପଣ୍ଡା (୪୫) ଏବଂ କୋଳିସାହିର ପବିତ୍ର କୁମାର ଡାକୁଆ (୨୮) ମଧ୍ୟ ଅଟକ ହୋଇଛନ୍ତି।
ସମସ୍ତେ ବେଲଗୁଣ୍ଠା ଥାନା ଅଞ୍ଚଳର ବାସିନ୍ଦା। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.