ଭୁବନେଶ୍ୱର: ଡେଂଟାଲ୍ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଏବଂ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ କର୍ମଶାଳା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି ।
ଆଇଡିଏସ୍ର ସୋଆଲେନ୍ସ ଫଟୋଗ୍ରାଫି କ୍ଲବ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁମ୍ବାଇର ପ୍ରଖ୍ୟାତ ଡେଂଟାଲ୍ ଫଟୋଗ୍ରାଫର ଡାକ୍ତର ମୟୁର ଦାଭଡା ଯୋଗ ଦେଇ ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।
ଜ୍ଞାନ ବିକୀରଣ, ଚିକିତ୍ସା ସମୟରେ ରୋଗୀମାନଙ୍କୁ ବୁଝାଇବା ନିମନ୍ତେ ତଥା ବିଭିନ୍ନ ପ୍ରତିଷ୍ଠିତ ରିସର୍ଚ୍ଚ ଜର୍ନାଲ୍ ଗୁଡ଼ିକରେ ପ୍ରକାଶନ ନିମନ୍ତେ ଉତମ କ୍ଲିନିକାଲ୍ ଫଟୋ ଉଠାଇବା କ୍ଷେତ୍ରରେ ଡେଂଟାଲ୍ଫ ଟୋଗ୍ରାଫି ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । ଏହି ବିଷୟରେ କର୍ମଶାଳାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଡାକ୍ତର ଦାଭଡା କର୍ମଶାଳାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ।
ସୋଆଲେନ୍ସ ଫଟୋଗ୍ରାଫି କ୍ଲବ କୋର୍ଡିନେଟର ପ୍ରଫେସର (ଡାକ୍ତର) ରଜତ ପାଣିଗ୍ରାହୀ, ଡାକ୍ତର ଅନୁରାଗ ଶତପଥୀ, ଡାକ୍ତର ସ୍ମୃତିଭୂଷଣ ନନ୍ଦ, ଡାକ୍ତର ଶିବ ପ୍ରସାଦ ଜେନା, ଡାକ୍ତର ସୌରଭ ପଣ୍ଡା, ଡାକ୍ତର ତୁଷାର କାନ୍ତି ନାୟକ, ଡାକ୍ତର ଇପ୍ସିତା ମହାନ୍ତି ଏବଂ କାର୍ଯ୍ୟକ୍ରମର କୋର୍ଡିନେଟର ପ୍ରଫେସର (ଡାକ୍ତର) ଲୋରା ମିଶ୍ର ଏହି କର୍ମଶାଳାରେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post