ଓଡ଼ଗାଁ,୨୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡ଼ପୁଟ ପଞ୍ଚାୟତ ବୁଢ଼ାବୁଢ଼ିଆଣୀ କ୍ରୀଡ଼ା ସଂସଦ ଓ ନେତାଜୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ବୋଲଗଡ଼ ଏଫସି ଦଳ ରଣପୁର ଏଫସିକୁ ୪-୨ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଉଭୟ ଦଳ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ବେଳେ ରଣପୁର ଏଫସି ପ୍ରଥମ ଗୋଲ୍ ଦେଇ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ବୋଲଗଡ଼ ଏଫସି ଗୋଲ୍ ପରିଶୋଧ କରି ମ୍ୟାଚ୍କୁ ସମାନ ସ୍ଥିତିକୁ ଆଣିଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ ନହେବାରୁ ଟାଇବ୍ରେକର୍ର ସହାୟତା ନିଆଯାଇଥିଲା। ଏଥିରେ ବୋଲଗଡ଼ ଏଫସି ୪-୨ ଗୋଲ୍ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଖୋର୍ଦ୍ଧାର ମଙ୍ଗଳା କ୍ଲବ ଓ ଖଣ୍ଡପଡ଼ା ଦଳ ମଧ୍ୟରେ ମୁକାବିଲା ହେବ ବୋଲି କ୍ଲବର ସଭାପତି ଦିଲ୍ଲୀପ ମାର୍ଥା ସୂଚନା ଦେଇଛନ୍ତି। ଚତୁର୍ଥ ଦିବସରେ ଅତିଥି ଭାବେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଲୋକନାଥ ସାହୁଙ୍କ ସହ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ୍କୁ ରେଫରି ମନୋରଞ୍ଜନ ଦାସ, ସୁରେଶ ପରିଡ଼ା, ପ୍ରସନ୍ନ ନାୟକ ଓ ସୂର୍ଯ୍ୟକାନ୍ତ ଦଳବେହେରା ପରିଚାଳନା କରିଥିଲେ। ଶ୍ରୀଧର ପରିଡ଼ା ଖେଳ ସଂଯୋଜନା ଓ ଧାରାବିବରଣୀ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.