ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ପବିତ୍ର ଗଜଲକ୍ଷ୍ମୀ ପୂଜା ଓ ଓଡ଼ିଶାର ପାରମ୍ପରିକ ଉତ୍ସବ କୁମାର ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ସହର ଭଞ୍ଜନଗର ଏବେ ଉତ୍ସବମୁଖର ହୋଇଉଠିଛି। ଚାରିଆଡ଼େ ଆନନ୍ଦ, ଉଲ୍ଲାସ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କର ଆକର୍ଷଣୀୟ ମୃଣ୍ମୟୀ ପ୍ରତିମା ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ଆଜି ରବିବାରଠାରୁ ଅର୍ଥାତ୍ ଅକ୍ଟୋବର ମାସ ୨୪ ତାରିଖ ୨୦୨୬ ଦିବସ ରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଅପରପକ୍ଷରେ କୁମାର ପୂର୍ଣ୍ଣିମାର ନିଆରା ପରମ୍ପରା ଅନୁଯାୟୀ କୁମାର-କୁମାରୀମାନେ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ଚନ୍ଦ୍ର ପୂଜା ଓ ଉପବାସ କରିବା ସହ ଉତ୍ସବକୁ ଉପଭୋଗ କରୁଛନ୍ତି।
ସହରତଳି ଅଞ୍ଚଳ ବାଉଁଶଲୁଣ୍ଡି ଏବଂ ତୁଳସୀପଲ୍ଲୀର ମୁଖ୍ୟରାସ୍ତା ତଥା ଗାଁ ଭିତରେ ମଧ୍ୟ ପୂଜା ମହୋତ୍ସବ ବେଶ୍ ଧୂମଧାମ୍ରେ ପାଳିତ ହେଉଛି। ବିଶେଷକରି ଭଞ୍ଜନଗର ସହରର ବସ୍ଷ୍ଟାଣ୍ଡ, ନିୟନ୍ତ୍ରିତ ବଜାର କମିଟି (RMC) କାର୍ଯ୍ୟାଳୟ ନିକଟ, ଖାଲାସିସାହି ରେଡକ୍ରସ ରୋଡ୍, ଲୋହରା ଖଣ୍ଡି ନଦୀ ପାଖ ପାତ୍ର କଲୋନୀ, ବାଉଁଶଲୁଣ୍ଡି ବଡ଼ଦାଣ୍ଡ ସାହି ଏବଂ ତୁଳସୀପଲ୍ଲୀରେ ମା’ ଗଜଲକ୍ଷ୍ମୀଙ୍କ ଆକର୍ଷଣୀୟ ପୂଜାମଣ୍ଡପ ନିର୍ମାଣ କରାଯାଇଛି।
ପୂଜାକୁ ଆହୁରି ଜାକଜମକ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିନରେ ଆୟୋଜକ କମିଟିଗୁଡ଼ିକ ପକ୍ଷରୁ ପ୍ରତ୍ୟେକ ଦିବସ ପୁଜା ହୋମ ପରେ ଅନ୍ନ ପ୍ରସାଦ ସେବନ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି, ଯାହା ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ମନୋରଞ୍ଜନର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିବ।
Sign in
Sign in
Recover your password.
A password will be e-mailed to you.