ବଲାଙ୍ଗୀର,୨୦ା୧୦-ଆସନ୍ତା ୧ ନଭେମ୍ବରରେ ବଲାଙ୍ଗୀରଦିନ୍ ପାଳନ ପୂର୍ବରୁ ସହରର ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ କାର୍ଯ୍ୟକ୍ରମଗୁଡିକ ଆୟୋଜିତ ହେଉଛି । ଆଜି ସ୍ଥାନୀୟ ଟାଉନଗାର୍ଲ୍ସ ହାଇସ୍କୁଲଠାରେ ମେରାହୁନର ଅନୁଷ୍ଠାନ ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ ଓ ସଂପୂର୍ଣ୍ଣା ଅନୁଷ୍ଠାନ ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମେରାହୁନର ଅନୁଷ୍ଠାନର ମୁଖ୍ୟ ସକିଲା ବାନୋ,ଶ୍ରାବଣୀ ମେହେର,ସ୍ନୀଗ୍ଧାମୟୀ ମିଶ୍ର,ଅନୁପ୍ରିୟାଙ୍କ ପକ୍ଷରୁ ଆୟୋଜିତ ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ରତିଯୋଗୀତାକୁ ଆନ୍ତର୍ଯ୍ୟାତିକ ମହିଳାକ୍ରୀକେଟିୟର ରୋସନାରା ପରୱିନ ଉଦଘାଟନ କରିଥିଲେ । ଏଥିରେ ୫୦ରୁ ଅଧିକ ପ୍ରତିଯୋଗୀ ତାଙ୍କର ଚିତ୍ରକଳା ଓ ହସ୍ତକଳା ପ୍ରଦର୍ଶିତ କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ବିଶିଷ୍ଟ ଫାଇନଆର୍ଟ ଆର୍ଟିଷ୍ଟ ବାସୁଦେବ ମେହେର,ଆନ୍ତର୍ଯ୍ୟାତୀୟ ବାଲୁକାକଳାଶୀଲ୍ପୀ ଓମପ୍ରକାଶ ସାହୁ ଯୋଗଦେଇ ଶ୍ରେଷ୍ଠ ଚିତ୍ରଶିଲ୍ଫୀ ଚୟନ କରିଥିଲେ ।

ନାରୀଶକ୍ତି ଫାଉଣ୍ଡେସନର ସରିତା ଦାସ,ନୂତନ ଦାସ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ । ସେହିପରି ସଂପୂର୍ଣ୍ଣା ଅନୁଷ୍ଠାନର ସଞ୍ଜଳି ଶତପଥିଙ୍କ ଦ୍ୱାରା ଆୟୋଜିତ ମେହେନ୍ଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ମେହେନ୍ଦି ପ୍ରତିଯୋଗୀତାରେ ମୋଟ ୩୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସଂପୂର୍ଣ୍ଣା ଅନୁଷ୍ଠାନର ସନ୍ତୋଷି ମେହେର,ସଚଳା ମେହେର,ସିନି ମିଶ୍ର,ତନୁଜା,ଜ୍ୟୋତ୍ସ୍ନା,ଶ୍ରାବଣୀ,ରାମେଶ୍ୱରୀ,ସୁନୀତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାର ବିଚାରକ ଭାବରେ ସତ୍ୟାନାରାୟଣ ସିଂଦେଓ,ନୁପୁର ଅଗ୍ରୱାଲ,ଯୁବରାଜ ଦଳାଇ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ବେଳେ ବଲାଙ୍ଗୀର ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ,ଆବାହକ ସରିତା ଦାସ,ପ୍ରତାପ ରଥ,ଲୋଟସ ଷଢଙ୍ଗୀ,ବିଧୁଭୂଷଣ ତ୍ରୀପାଠୀ,ସୋମାନଥ ମିଶ୍ର,ବିନୋଦ କାଲସାଏ,ସଂଜୀବ ସାହୁ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଦୀନେଶ ଶର୍ମାଙ୍କ ସମେତ ସମସ୍ତ ସଂଯୋଜକ ଓ ଆୟୋଜକକମିଟିର ସଦସ୍ୟ/ସଦସ୍ୟାଗଣ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି ।