ରାଉରକେଲା(ବସନ୍ତ କୁମାର ଜେନା); ସହରର ଜଣାଶୁଣା ସାମ୍ବାଦିକ ଅନନ୍ତ ପଟ୍ଟନାୟକ ଙ୍କ ଜ୍ୟେଷ୍ଠ ଭ୍ରାତା ନୃସିଂହ ଚରଣ ପଟ୍ଟନାୟକ (୭୦)ଙ୍କ ଆଜି ସକାଳେ ହୃଦଘାତରେ ପରଲୋକ ଘଟିଛି। ସୂଚନା ଯୋଗ୍ୟ ଯେ ସ୍ବର୍ଗତ ପଟ୍ଟନାୟକ ଆରଏସପି ରୁ ଅବସର ଗ୍ରହଣ ପରେ ପରିବାର ସହ ଛେଣ୍ଡ କଲୋନୀରେ ବସବାସ କରୁଥିଲେ। ପ୍ରାୟ ଦେଢମାସ ତଳେ ତାଙ୍କର ପ୍ରଥମ ହୃଦଘାତ ହୋଇଥିଲା। ତାଙ୍କୁ ପ୍ରଥମେ ଜେପି ହସପିଟାଲ ଓ ପରେ ଆପୋଲୋ ହସପିଟାଲ ନିଆଯାଇଥିଲା। ତେବେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କର ଶେଷକୃତ୍ଯ ପୁରୀ ଠାରେ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ସ୍ବର୍ଗତ ପଟ୍ଟନାୟକ ଜଣେ ସରଳ ଓ ଅମାୟିକ ବ୍ୟକ୍ତିତ୍ବ ଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଭଗବାନ ଯଥେଷ୍ଟ ଶକ୍ତି ଓ ସାହାସ ଦିଅନ୍ତୁ ବୋଲି କାମନା କରୁଅଛୁ।
Sign in
Sign in
Recover your password.
A password will be e-mailed to you.