ସୁରମଣି ନଦୀ ବାଲିଘାଟରେ ପୁଲିସ ଚଢ଼ାଉ; ୧୧ ହାଇୱା ଜବତ, ୫ ଅଟକ

7


ବେଲଗୁଣ୍ଠା, ୨୫।୧୦: -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁରମଣି ଗ୍ରାମ ନିକଟସ୍ଥ ନଦୀ ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଅଭିଯୋଗରେ ପୁଲିସ ୧୧ଟି ବାଲି ବୋଝେଇ ହାଇୱା ଟ୍ରକ୍ ଜବତ କରିଛି। ଏଥିସହ ୫ ଜଣ ଗାଡ଼ି ଚାଳକଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅକ୍ଟୋବର ୨୪ ଓ ୨୫ ତାରିଖ ମଧ୍ୟବର୍ତ୍ତୀ ସମୟରେ ପାଟ୍ରୋଲିଂ କରୁଥିବା ବେଲଗୁଣ୍ଠା ଥାନା ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ସୁରମଣି ନଦୀ ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିବା ସହ ବାଲି ବୋଝେଇ ୧୧ଟି ହାଇୱା ଟ୍ରକ୍ ଜବତ କରିଥିଲା। ଚଢ଼ାଉ ସମୟରେ ୫ ଜଣ ଚାଳକଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ।ଏହି ଘଟଣାରେ ବେଲଗୁଣ୍ଠା ଥାନାରେ କେସ୍ ନମ୍ବର ୫୯୪/୨୦୨୬ ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୦୩(୨)/୩(୫) ଏବଂ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୧୯୫୭ର ଧାରା ୧୨ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।ଦୀଘ ଦିନ ହେବ ଏହି ବାଲି ଘଟରୁ ବେଧକ ବାଲି ଚାଲାଣ ହେଉଥିବା ହେତୁ ମଙ୍ଗଳପୁର ଠାରୁ ବଙ୍କା ରାସ୍ତା ମରଣ ଯନ୍ତା ପାଲଟି ଯାଇଛି. ଉଚ ପଦସ୍ଥ ଅଧିକାରୀ ଙ୍କ ଶୁଭ ଦୁଷ୍ଟି ପଡିଲେ ଏହି ରାସ୍ତାଟି ର ପୁନଃ ଉଦ୍ଧାର ହୋଇପାରିବ.

Leave A Reply

Your email address will not be published.