ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଆଜି ଖଇରା ବ୍ଲକ ଶୁଣ୍ଢିରା ପଂଚାୟତ ର ଚାନ୍ଦଗୋଛି ଗ୍ରାମରେ ଘଟିଛି ଅଘଟଣ l ଘଟଣା ରୁ ପ୍ରକାଶ ଚାନ୍ଦଗୋଛି ଗ୍ରାମର ଉଦୟ କୁମାର ଖଟୁଆ ଙ୍କ ପୁଅ ହିମାଂଶୁ ଖଟୁଆ ଙ୍କ ସ୍ତ୍ରୀ ପ୍ରଭାତୀ ବେହେରା (28) କୁ 7 ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ l ପ୍ରଭାତୀ ଙ୍କର ଏକ 3 ବର୍ଷର ପୁତ୍ର ସନ୍ତାନ ଅଛି l କୁମାର ଉତ୍ସବ ପାଳନ ଅବସରରେ ସେ 25 ତାରିଖ ଦିନ ନିଜ ବାପ ଘର ନୂଆସାହି କୁ ଆସିଥିଲେ l ସ୍ୱାମୀ ସ୍ତ୍ରୀ ମଧ୍ୟରେ ପୂର୍ବରୁ ଭଲ ସମ୍ପର୍କ ନଥିଲା l ବାପ ଘରୁ ଫେରିବା ପରେ ଶ୍ୱଶୁର ଘରେ ପୁଅର ଜନ୍ମଦିନ ପାଳନ କରିଥିଲେ l ସ୍ୱାମୀ ସ୍ତ୍ରୀ ଙ୍କର ମଧୁର ସମ୍ପର୍କ କୁ ଶାଶୁ ଶଶୁର ସହଜରେ ଗ୍ରହଣ କରିପାରି ନପାରି ନିର୍ଯାତନା ଦେଇ ଆସୁଥିଲେ l ଆଜି ଝିଅ ର ମୃତ ଖବର ପାଇ ବାପ ଘରଲୋକେ ଖଇରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଝିଅର ମୃତ ଦେହ ଦେଖି ଖଇରା ଥାନାରେ ଝିଅକୁ ଶାଶୁ ଶଶୁର ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି l ପୋଲିସ ଶ୍ୱଶୁର କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି l
Sign in
Sign in
Recover your password.
A password will be e-mailed to you.