ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଠାରୁ ମାତ୍ର ୨ କମି ଦୂର ପଦାସାହି ଗାଁ। ବାପା ମା ଚାଲିଯିବା ପରେ ତିନି ପ୍ରାଣୀ ଏବେ ଅନାଥ ହୋଇ ପାଠ ପଢା ଛାଡି ନିଜ ଜମିରେ ଚାଷବାସ କରି ଚଳୁଛନ୍ତି। ଯେଉଁ ବୟସରେ ବାପା ମା’ର ସ୍ନେହ ଦରକାର ସେହି ସମୟରେ ଭଗବାନ ଦୁଇ ଜଣଙ୍କୁ ଆରପାରିକୁ ନେଇ ଗଲେ। ଦିନେ ଚୁଲି ଜଳିଲେ ଦିନେ ଜଳୁନି। ଦୁଇ ଭାଇ ଓ ଭଉଣୀଙ୍କର ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ରହିଛି ଆର୍ଥିକ ସମସ୍ୟା। ପାଠ ପଢି ଭଲ ମଣିଷ ହେବାର ସ୍ୱପ୍ନ ଦେଖିଥିଲେ ଅନତି। ଏବେ ସେ ଦୁଇ ଭାଇକୁ ନେଇ ବିଲ ଓ ବଗଡରେ କାମ କରୁଛନ୍ତି , ତିନି ପ୍ରାଣୀ ଏବେ ବେସାହାରା ଏହି ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ହେବା ପରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଅନତି ମଳିକଙ୍କ ଗ୍ରାମ ଶିକୁଳିପଦର ପଞ୍ଚାୟତ ଅଧିନ ପଦାସାହି ଗ୍ରାମରେ ପହଞ୍ଚି ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା , ଅନତିଙ୍କ ପିଉସୀ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହ ଅନତି ଓ ତାଙ୍କର ଦୁଇ ଭାଇ କେଉଁ ବିଦ୍ୟାଳୟରେ ପାଠ ପଢିବେ ଏବଂ କେଉଁ ଛାତ୍ର/ଛାତ୍ରୀ ଆବାସରେ ରହିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ତିନି ଭାଇ ଭଉଣୀଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ ସେମାନଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯିବା ପରେ ଅନତିକୁ ମୋହନା ସ୍ଥିତ କସ୍ତୁରବା ଛାତ୍ରୀ ନିବାସ ଓ ଦୁଇ ଭାଇ ବିଶ୍ରାମ ଓ ଅନନ୍ତ ମଳିକକୁ ଜରଉସ୍ଥିତ ଡେଷ୍ଟାର ଛାତ୍ରାବାସରେ ରହି ପାଠ ପଢ଼ିବାର ସୁବ୍ୟବସ୍ଥା କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post