ପ୍ରଶାସନ ର ଅଣଦେଖା କାର୍ଯ୍ୟକୁ ନେଇ ତେଜିଲେ କାର୍ଯ୍ୟରତ ସାମ୍ୱାଦିକ

0

ଭଦ୍ରକ,(ସୀତାକାନ୍ତ ପାଢ଼ୀ)-:ସାମ୍ବାଦିକଙ୍କୁ ସରକାରି କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନ କରି ଚିନ୍ତାରେ ଏବେ ଭଦ୍ରକ ପ୍ରଶାସନ । ସୂଚନା ଅନୁଯାୟୀ ଗତ କାଲି ଭଦ୍ରକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରିୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବ୍ୟୋଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଥିଲା । ସେହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ନେତା ଓ ଅଫିସର୍ ମାନେ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ସେଠି ସାମ୍ବାଦିକ ଙ୍କୁ କୌଣଷି ନିମନ୍ତ୍ରଣ ନ ଥିଲା , ପରେ ମିଟିଂ ସରିବା ପରେ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରୁଛନ୍ତି ଭଦ୍ରକ DIPRO। କାହିଁକି ସାମ୍ବାଦିକ ଙ୍କୁ ପ୍ରଶାସନ ଡାକିବାକୁ ପଚଘୁଞ୍ଚା ଦେଇଥିଲା , କାହା ଇସାରାରେ ଚାଲିଛି ପ୍ରଶାସନ।ସେହି ପ୍ରତିବାଦରେ ଆଜି ଭଦ୍ରକରେ ସମସ୍ତ କାର୍ଯ୍ୟରତ ସାମ୍ୱାଦିକ ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଭଳି ଆଗରୁ ବାରମ୍ବାର ହୋଇଥିଲେ ମଧ୍ୟ ତାହାର କୌଣଷି ପ୍ରତିକାର କରୁନାହିଁ ପ୍ରଶାସନ, ଆଗମୀ ଦିନରେ ଯଦି ଏଭଳି କୌଣଷି ଘଟଣା ଘଟେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି ଜିଲ୍ଲା ସାମ୍ୱାଦିକ।

Leave A Reply

Your email address will not be published.