ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ଲରମ୍ଭା ପୋଲିସ

12

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରୁ ଏକ ଗଛ ଉପରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କର ଗଳିତ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ  ଲରମ୍ଭା ପୋଲିସ ଉଦ୍ଧାର କରିଥିବାର ସୂଚନା ଇତିମଧ୍ୟରେ ମିଳିଛି । ସୂଚନା ଅନୁସାରେ ଲରମ୍ଭା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଉଦ୍ଧାର କରିଛି ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ପୋଲିସ ପ୍ରକାଶ କରିଛି । ମୃତକଙ୍କ ଆନୁମାନିକ ବୟସ ପାଖାପାଖି ( ୫୫) ବୋଲି ଜଣାପଡିଛି ।ଏହା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ଥିବା ବେଳେ ମୃତ ଶରୀର ଝୁଲୁଥିବା ପ୍ରାୟ ୭ ଦିନ ତଳର ଘଟଣା ବୋଲି ଅନୁମାନ ହେଉଛି । ଏନେଇ ଲରମ୍ଭା ପୋଲିସ କେସ୍‌ ନଂ ୦୫/୨୦୨୨ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.