ଝଡ଼ୁଛି ପଦ୍ମ ପାଖୁଡା, ବଢୁଛି ଶଙ୍ଖ

0

ଜନପ୍ରିୟ ବିଜେପି ନେତା ଜୟନ୍ତ କୁମ୍ଭାର ଓ ଚତୁର୍ଭୁଜ ମେହେରଙ୍କ ବିଜେଡିରେ ଯୋଗଦାନ

ପାଟଣାଗଡ଼ରୁ ଯତୀନ୍ଦ୍ର ନନ୍ଦ,( ଶାସକ ପ୍ରଶାସକ ): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପରିବର୍ତ୍ତନର ଧାରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁଇ ଜଣ ଚର୍ଚ୍ଚିତ ବିଶିଷ୍ଟ ବିଜେପି ନେତା, ବିଜେପି ଦଳରେ ଦୀର୍ଘ ଦିନ ଧରି ବିଭିନ୍ନ ପଦପଦବୀରେ ରହି ତୃଣମୂଳ ସ୍ତରରେ ସଂଗଠନ କରିଆସୁଥିବା ବେଳେ ଦଳକୁ ମଜଭୁତ କରିବାରେ ପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । କିନ୍ତୁ ଦୁଃଖର ବିଷୟ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳର ସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା । ଆଉ ଦଳର ଉଥାନ ପତନ ନେଇ କିଛି ଆକଳନ କରିହେଲା ନାହିଁ |ଫଳରେ ଏପରି ପରିସ୍ଥିତିରେ ଦୁଇ ବିଜେପି ହସ୍ତୀ ବିଶିଷ୍ଟ ନେତା ତଥା ଫଟାମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଜୟନ୍ତ କୁମ୍ଭାର ଓ ପଣ୍ଡାମୁଣ୍ଡା ପଞ୍ଚାୟତର ସରପଞ୍ଚ ଚତୁର୍ଭୁଜ ମେହେର ନେତୃତ୍ୱରେ ୨୫୦ରୁ ଅଧିକ କର୍ମୀ ବିଜେପି ଦଳକୁ ଛାଡ଼ି ବିଜେଡିରେ ଯୋଗଦାନ କଲେ । ତେବେ ଜୟନ୍ତ କୁମ୍ଭାର ଓ ଚତୁର୍ଭୁଜ ମେହେର ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଥିବାରୁ ବିଜେପିକୁ ନିଶ୍ଚିତ ଭାବେ ବଡ଼ ଝଟକା ଲାଗିଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଇଛି । ଗତକାଲି ପାଟଣାଗଡ଼ “ବିଜୁ ଜନତା ଦଳ” କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ମେହେର ଦୁଇ ବିଶିଷ୍ଟ ନେତାଙ୍କ ସହ ୨୫୦ ଜଣ କର୍ମୀଙ୍କୁ ବିଜେଡି ଦଳୀୟ ଶଂଖ ଚିହ୍ନ ଥିବା ଚଦର ପକାଇ ସ୍ବାଗତ କରିଥିଲେ । ପ୍ରକାଶ ଯୋଗ୍ୟ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ବିଧାୟକ ଶ୍ରୀ ମେହେରଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ଜୟନ୍ତ କୁମ୍ଭାର ଓ ଚତୁର୍ଭୁଜ ମେହେର ବିଜେଡିରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି । ଆହୁରି ମଧ୍ୟ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୟନ୍ତ କୁମ୍ଭାର ଫଟାମୁଣ୍ଡା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଚତୁର୍ଭୁଜ ମେହେର ପଣ୍ଡାମୁଣ୍ଡ ପଞ୍ଚାୟତ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ସମୟରେ ଜନସାଧାରଣଙ୍କୁ  ଦେଇଥିବା ପ୍ରତିଶ୍ରୁତି କିପରି ଭାବରେ ପାଳନ କରିପାରିବେ ତାହାକୁ ଆଖି ଆଗରେ ରଖି ବିଜେପି ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଥିବା ପ୍ରକାଶ କରିଛନ୍ତି ।ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଉପାଧ୍ୟକ୍ଷ, ପ୍ରଫୁଲ୍ଲ କୁମାର ମେହେର, ପାଟଣାଗଡ ବ୍ଲକ ସଭାପତି ତଥା ବିଧାୟକ ପ୍ରତିନିଧି ହୀମାଞ୍ଚଳ ପ୍ରଧାନ, ଜିଲ୍ଲା ସମ୍ପାଦକ, ଜୋନ ୧୪ ବିଶେଶ୍ଵରୀ ବରିହା, ଜୋନ ୧୫ କସ୍ତୁରୀ ସେଟ , ଜୋନ ୧୬ ବାଳିକା ମାଝୀ ଜିଲ୍ଲା ପରିଷଦ ସଦସ୍ୟାଙ୍କ ସମେତ ଜୋନ ସଭାପତି ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.